୨୩ତମ ଭାରତ ପ୍ରତିଭା ସମ୍ମାନ ସମାରୋହ

ଭାରତ ମସଲା ଏକ ରୋଲ ମଡେଲ
କଟକ,୩୧/୮: ଜଣେ ଓଡ଼ିଆ ଲୋକ ଏଭଳି ସଂକଳ୍ପ ନେଇ ସାମନ୍ୟତମ ପୁଞ୍ଜିରୁ ନିଜର ପରିଚୟ ସୃଷ୍ଟି କରିବା ସହ ଦେଶ ବିଦେଶରେ ସାମ୍ରାଜ୍ୟ ବିସ୍ତାର କରିପାରିଛି । କେବଳ ପରିଚୟ ନୁହେଁ ଲକ୍ଷାଧିକ ଲୋକଙ୍କୁ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ନିଯୁକ୍ତି ଦେଇପାରିଥିବା ଆମ ପାଇଁ ଗୌରବର ବିଷୟ । ଏଥିପାଇଁ ଶାସନ ପ୍ରଶାସନ ତାଙ୍କୁ ସହଯୋଗର ହାତ ବଢାଇଛି । ବିଶେଷକରି ଜୟ ଭାରତ ଫାଉଣ୍ଡେସନର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡା ଦିନେ ଉଦ୍ୟୋଗୀଟିଏ ବନାଇବା ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଧିରେ ଧିରେ ବାସ୍ତବ ରୂପ ନେଉଥିଲା ବେଳେ ତାଙ୍କ ପୁଅ ସୁଶାନ୍ତ କୁମାର ପଣ୍ଡା ଏହାର ମଙ୍ଗୁଆଳ ସାଜି ଭାରତ ମସଲାକୁ ଦେଶ ବିଦେଶରେ ଶୀର୍ଷରେ ପହଁଚାଇବାକୁ ଲାଗିପଡିଛନ୍ତି । ୨୩ ବର୍ଷର ଅକ୍ଳାନ୍ତ ପରିଶ୍ରମ, କର୍ମଚାରୀ ମାନଙ୍କର ନିଷ୍ଠାପର ଉଦ୍ୟମ ଯୋଗୁଁ ମାତ୍ର ୪୦୦ଟଙ୍କାରୁ ଆରମ୍ଭ ହୋଇଥିବା କୁଟୀର ଶିଳ୍ପ ଏବେ ୪୦୦କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଇଣ୍ଡଷ୍ଟି୍ର ପାଲଟିଛି । ଆଜି ସାରା ବିଶ୍ୱରେ ଭାରତ ମସଲା ଏକ ରୋଲ ମଡେଲ । ବହୁ ଲୋକଙ୍କ ଜୀବନ ଜୀବିକା ନିର୍ବାହ କରିବାରେ ସହାୟକ ହୋଇଛନ୍ତି ଭାରତ ମସଲାର ପ୍ରତିଷ୍ଠାତା ଓ ତାଙ୍କର ଉତ୍ତରାଧିକାରୀ ମାନେ । ପ୍ରତିଭା ହେଉଛି ଆମ ସଂସ୍କୃତିର ମହାନ ପରମ୍ପରା । ପ୍ରତିଭା ମାନଙ୍କୁ ପୂଜା କରି ଓ ନିଜକୁ ବିଭିନ୍ନ ସାମାଜିକ କାର୍ଯ୍ୟରେ ସାମିଲ କରି ସେ ଏକ ଆଦର୍ଶ ସୃଷ୍ଟି କରିଛନ୍ତି । ଏହାର ପ୍ରତିଷ୍ଠାତା ଦୁର୍ଦ୍ଦିନର ସଦୁପଯୋଗ କରି ଯେଉଁ ସୁଯୋଗ ସୃଷ୍ଟି କରିଛନ୍ତି ତାହା ଅନ୍ୟ ଉଦ୍ୟୋଗୀ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ଭାରତ ମସଲାର ବାର୍ଷିକ ଉତ୍ସବ ଓ ୨୩ତମ ଭାରତ ପ୍ରତିଭା ସମ୍ମାନ ସମାରୋହ ଅତିଥି ମାନେ ମତ ରଖିଛନ୍ତି । ଘୋଷକ ଶରଣାରବିନ୍ଦ ଓଝା ସଂଯୋଜନାରେ କଟକ ଜିଲ୍ଲା ବାରଙ୍ଗଥାନା ରାମଦାସପୁର ସ୍ଥିତ ଭାରତ ମସଲା କମ୍ପାନୀ ପରିସରରେ ଅନୁଷ୍ଠିତ ଏକ ରଙ୍ଗାରଙ୍ଗ ଉତ୍ସବରେ ଅଧ୍ୟକ୍ଷତା କରି ସୁରେନ୍ଦ୍ରନାଥ ପଣ୍ଡା ତାଙ୍କ ଅତୀତର ସ୍ମୃତିକୁ ମନେପକାଇବା ସହ ଜଗନ୍ନାଥଙ୍କ ମାଟିରେ ଜନ୍ମ ବ୍ୟକ୍ତି କେବେ ଦୁର୍ବଳ ନୁହଁନ୍ତି ବୋଲି କହିଥିଲେ । ଭାରତ ମହାନ ଓ ତାର ସଂସ୍କୃତି ପରମ୍ପରା ମହାନ । ଓଡିଶା ଏକ ସ୍ୱାଭିମାନ ରାଜ୍ୟ ବୋଲି ସେ କହିଥିଲେ । ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ଏଥିରେ ଯୋଗଦେଇ ଓଡିଶା ମାଟିରେ ଜନ୍ମ ନେଇ ଦେଶ ବିଦେଶରେ ସୁନାମ ଅର୍ଜନ କରୁଥିବା ପ୍ରତିଭା ମାନଙ୍କୁ ବର୍ଷ ବର୍ଷ ଧରି ସମ୍ମାନ ଦେଇ ପୂଜ୍ୟପୂଜାର ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିଛୁ । ସେମାନଙ୍କ ମନୋବଳକୁ ଅଧିକ ଉତ୍ସାହିତ କରିବାକୁ ପ୍ରତିଭା ସମ୍ମାନ ଦେଇଆସୁଛୁ । ଏହି ଧାରାକୁ ଅବ୍ୟାହତ ରଖିବା ପାଇଁ କମ୍ପାନୀର ପ୍ରତ୍ୟେକ କର୍ମଚାରୀ ଝାଳବୁହା ପରିଶ୍ରମ କରି ଆମକୁ ଋଣୀ କରିଦେଉଛନ୍ତି । ତେଣୁ ସମସ୍ତଙ୍କୁ ମୋର ହୃଦୟର ଗଭୀରତମ ପ୍ରଦେଶରୁ ସମ୍ମାନ ପ୍ରଦାନ କରୁଛି ବୋଲି ସେ କହିଥିଲେ । ଏହି ଉତ୍ସବକୁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲା ବେଳେ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ମୁଖ୍ୟ ଅତିଥି, ଦେବୀ ପ୍ରସାଦ ମିଶ୍ର ସମ୍ମାନିତ ଅତିଥି, କଟକ ମେୟର ସୁବାସ ସିଂହ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥି ମାନେ ପାରାଅଲମ୍ପିୟାନ ପ୍ରମୋଦ ଭଗତଙ୍କୁ ଭାରତ ଗୌରବ ଉପାଧିରେ ସମ୍ମାନିତ କରିଥିଲେ । ସମ୍ମାନିତ ଅବସରରେ ସେ କହିଲେ ଯେ, ପିଲାବେଳେ ଆମ ଘରକୁ ଆସିୁଥିବା ଭାରତ ମସଲା ବ୍ୟବହାର ବିଷୟରେ ଜାଣିଥିଲୁ । କିନ୍ତୁ ସଂଘର୍ଷ ଭିତରୁ ଜନ୍ମ ନେଇଥିବା ଭାରତ ମସଲା ଆଜି ୪୦୦କୋଟି ଟଙ୍କାରେ ପହଁଚିଛି ଜାଣି ବହୁତ ଖୁସି ବେହା ସହ ଏଠାରେ ସମ୍ମାନିତ ହେଉଥିବାରୁ ନିଜକୁ ଅଧିକ ଗୌରବାନ୍ୱିତ ଅନୁଭବ କରୁଛି । ଏହି ଅବସରରେ ସାହିତ୍ୟ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କଥାକାର ପ୍ରଫେସର ଡ.ଦାଶରଥି ଦାସଙ୍କୁ ‘କଥା ଭାରତ’, ପ୍ରଶାସନିକ ସେବା କ୍ଷେତ୍ରରେ ଓଡିଶାର ସମ୍ମାନକୁ ଦେଶରେ ଉଚ୍ଚା ରଖିଥିବା ଓଡିଆ ପୁଅ ଆଇଆରଏସ ମନୋରଞ୍ଜନ ପ୍ରାଣିଗ୍ରାହୀଙ୍କୁ ‘ସେବା ଭାରତ’, ମହିଳା କି୍ରକେଟ ଖେଳରେ ଭାରତ ପାଇଁ ପ୍ରତିନିଧିତ୍ୱ କରୁଥିବା ଓଡିଶାର ଝିଅ ମଧୁସ୍ମିତା ବେହେରାଙ୍କୁ ‘କ୍ରୀଡା ଭାରତ’, ଓଡିଶା ସିନେ ଜଗତକୁ ପ୍ରତ୍ୟେକ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଭେଟେରାନ କଳାକାର ତଥା ପ୍ରଯୋଜକ, ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କୁ ‘ସଂସ୍କୃତି ଭାରତ’, ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି ଯୁକ୍ତ ୨ର ବାଣିଜ୍ୟ, କଳା ଏବଂ ବିଜ୍ଞାନ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଉତ୍କର୍ଷତା ପ୍ରତିପାଦନ କରିଥିବା ୩ ଜଣ ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ଶୁଭଶ୍ରୀ ପଟ୍ଟନାୟକ, ପ୍ରିୟଙ୍କା ସାହୁ ଏବଂ ଜିତେନ ମହାଳିକଙ୍କୁ ‘ବିଦ୍ୟା ଭାରତ’ ସମ୍ମାନରେ ସମ୍ମାନ ପ୍ରଦାନ କରାଯିବା ସହ ପ୍ରୋତ୍ସାହନ ରାଶି ଚେକ୍‌ ଆକାରରେ ଦିଆଯାଇଥିଲା । ମୁଖ୍ୟ ପ୍ରବନ୍ଧକ ଅରୁଣ କୁମାର ନାୟକ ବାର୍ଷିବ ବିବରଣୀ ପାଠ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ଶ୍ରୀମନ୍ତ କୁମାର ପଣ୍ଡା, ଦିଗନ୍ତ କୁମାର ପଣ୍ଡା, ନିର୍ଦ୍ଦେଶିକା ନମିତା ପଣ୍ଡା, ନନ୍ଦିତା ପଣ୍ଡା, ଜେନେରାଲ ମ୍ୟାନେଜର ପ୍ରଡକ୍ସନ ନବକୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ସିନେ କଳାକାର ପୁପିନ୍ଦର, ଲିପ୍ସା ମିଶ୍ର, ଶୀତଲ, ଦିପକ, ତମନା, ସତ୍ୟଜିତ, ପମି, ବିଷ୍ଣୁମୋହନ କବି, ଡ୍ୟାନ୍ସଗ୍ରୁପ କବିରଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାକୁ ଏସପିପି ପ୍ରଡକ୍ସନ ସଂଯୋଜନା କରିଥିଲେ ।

Leave A Reply

Your email address will not be published.