କୋଲାଗୋଣ୍ଡା ସ୍କୁଲରେ ୨ ଛାତ୍ର ମୃତ୍ୟୁ ଘଟଣା ନେଉଛି ଭିନ୍ନ ମୋଡ

ପଡିଆ:- ଗତ କିଛି ଦିନ ମଧ୍ୟରେ ପଡିଆ ବ୍ଲକ କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କୋଲାଗୋଣ୍ଡା ସ୍କୁଲରେ ୨ ଜଣ ଛାତ୍ର ମୃତ୍ୟୁବରଣ କରିଥିବା ଘଟଣା ସାରା ରାଜ୍ୟରେ ଚର୍ଚା ର ବିଷୟ ପାଳଟିଥିବା ବେଳେ ଏବେ କିନ୍ତୁ ଏହି ଘଟଣାରେ ଯୋଡି ହୋଇ ଯାଇଚି ଭୂତପ୍ରେତ କଥା। ଏହି ସ୍କୁଲରେ ଦୀର୍ଘଦିନ ଧରି ଭୂତ ରହିଥିବା ଭଳି ବିସ୍ମୟକର କଥା କହୁଛନ୍ତି କୁନିକୁନି ପିଲା। ଏହି ସ୍କୁଲରେ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ମତ ରହିଥିବା ବେଳେ ପ୍ରଶାସନ ପକ୍ଷ୍ୟରୁ ମଧ୍ୟ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଉନାହିଁ। ଏହି ସ୍କୁଲରେ ପ୍ରାୟ ୨୩୧ ଜଣ ପିଲା ପଡିଥିବା ବେଳେ ଗତ କିଛି ଦିନ ମଧ୍ୟରେ ୨୨ ପିଲା ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଏମାନଙ୍କ ମଧ୍ୟରୁ ୧୧ ଜଣ ପଡିଆ ଗଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇପଡିଥିଲା ବେଳେ ଏବେ ମଧ୍ୟ ୧୧ ପିଲା ମାଲକାନଗିରି ମୁଖ୍ୟ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଅନ୍ୟପଟେ ଅନ୍ଧବିଶ୍ୱାସର ଗଳିରେ ରହି ହେଉ କିମ୍ବା ପିଲାଙ୍କ ମନରେ ଭୂତପ୍ରେତର ଭୟ ସ୍ରୁଷ୍ଟି ହେବା ଯୋଗୁଁ ଏଭଳି ମାନସିକତା ପିଲାଙ୍କ ପାଠ ପଢା ସହ ଭବିଷ୍ୟତ ଗଠନରେ ପ୍ରଭାବ ପକାଇବ ବୋଲି ସାଧାରଣରେ ଆଲୋଚନା ହେଉଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ପିଲାଙ୍କୁ ପ୍ରତ୍ୟକ୍ଷ ଭାବେ ଦ୍ରୁଷ୍ଟି ଦିଆଯିବା ଆବଶ୍ୟକ ବୋଲି କୁହାଯାଉଛି।

Leave A Reply

Your email address will not be published.