ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା ଭୌରବୀଙ୍କ ପୀଠରେ ଲାଗିଲା ନବାନ୍ନ

ବୌଦ୍ଧ: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ନୂଆଖାଇ ଅବସରରେ ଆଜି ସମଗ୍ର ବୌଦ୍ଧ ଜିଲ୍ଳା ଉତ୍ସବ ମୁଖର ଓ ଚଳଚଞ୍ଚଳ ହୋଇ ଉଠିଛି । ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା ଭୌରବୀଙ୍କ ପୀଠରେ ଧାର୍ଯ୍ୟ ଲଗ୍ନ ୧୧ ଟାରେ ନବାନ୍ନ ଲାଗି କରାଯାଇଥିଲା । ମହାନଦୀରେ ପୁଜା କରି ମହାନଦୀର ପବିତ୍ର ଜଳକୁ ଏକ ଶୋଭାଯାତ୍ରାରେ ଅଣାଯାଇ ଦେବୀଙ୍କ ପାଇ ନବାନ୍ନ ପ୍ରସ୍ତୁତ କରାଯାଇଥିଲା । ମୁଖ୍ୟ ପୁଜକ ଗୌରି ପ୍ରସାଦ ବଡମାଳି , ପାଳିଆ ପୂଜକ ସାନନ୍ଦ ବଡମାଳି ବିଧି ନିୟମ ପ୍ରକାରେ ସ୍ୱତନ୍ତ୍ର ପୂଜା କରିବା ପରେ ପ୍ରଥମେ ମା ଭୈରବୀଙ୍କ ଠାରେ ନବାନ୍ନ ଲାଗି କରିବା ପରେ ପାଶ୍ୱର୍ ଦେବାଦେବୀମାନଙ୍କୁ ନବାନ୍ନ ଅର୍ପଣ କରିଥିଲେ । ଭୈରବୀଙ୍କ ଠାରେ ମହାଆଳତି କରିବା ପରେ ଭକ୍ତ ମାନେ ସାମୁହିକ ଭାବେ ଦେବୀଙ୍କ ନବାନ୍ନ ସେବନ କରିଥିଲେ । ପୁଜା ସମୟରେ ବିଭୂତି ଭୂଷଣ ବଡମାଳି , ହରିହର ବଡମାଳି, ବିଭୂତି ବଡମାଳି, ତରଣୀ ବଡମାଳି, ଏକା ବଡମାଳି, ଧନେଶ୍ୱର ବଡମାଳି, ବିଶୁ ବଡମାଳି ଏବଂ ଅନ୍ୟ ମାନେ ସାମିଲ ଥିଲେ।

Leave A Reply

Your email address will not be published.