ଡଙ୍ଗା ବୁଡି ଘଟଣାରେ ନିଖାଜ ଶବ ଉଦ୍ଧାର

ଚିତ୍ରକୋଣ୍ଡା -ଗଲା କାଲି  ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଜଳଭଣ୍ଡାରରେ ବୁଡ଼ିଲା ଡ଼ଙ୍ଗା। ଡଙ୍ଗା ବୁଡିରେ ଜଣେ ମହିଳା ନିଖୋଜ। ନିଖୋଜ ମହିଳାଙ୍କ ନାମ ମୋତି ଗୋଲାରୀ ବୟସ ୪୦ ବର୍ଷ ଯନ୍ତ୍ରୀରେ  ଗ୍ରାମ। ମିଳିଥିବା ସୂଚନା ଅନୁଯାଇ ଗଲା  କାଲି ତିନିଟା ସମୟରେ ଧାକଡ଼ପଦର ଠାରୁ ନିଜ ଘର ଯନ୍ତ୍ରୀ  ଗ୍ରାମକୁ ଏକ ଦେଶୀ ଡଙ୍ଗା ମାଧ୍ୟମରେ ସ୍ୱାମୀ ଅର୍ଜୁନ ଗୋଲାରୀ ଓ ସ୍ତ୍ରୀ ମୋତି ଗୋଲାରୀ ଫେରୁଥିବା ବେଳେ ଅଚାନକ ଝଡ଼ଥୋଫାନ ହୋଇଥିଲା ଯଦ୍ବାରା ଡଙ୍ଗାଟି ଭାରସାମ୍ୟ ହରାଇ  ବୁଡିଯାଇଥିଲା। ସ୍ତ୍ରୀ ନିଖୋଜ ଥିବାବେଳେ ସ୍ୱାମୀ ପହଁରି ନଦୀ କୂଳରେ ପହଞ୍ଚିଲା। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆଜି ନିଖୋଜ ଥିବା ମୋତି ଗୋଲାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ଓ ପୋଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା କରୁଥିବା ଜଣାପଡିଛି ।

Leave A Reply

Your email address will not be published.