ଆୟୁର୍ବେଦିକ ମେଡ଼ିସିନ ଡିପୋ ଉଦଘାଟିତ

ଫୁଲବାଣୀ -୦୨/୦୯ ଫୁଲବାଣୀ ସହରର ଅରବିନ୍ଦ ନଗରଠାରେ ଏକ ଆୟୁର୍ବେଦିକ ଡିପୋକୁ ଶୁକ୍ରବାର ଫୁଲବାଣୀ ମୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ l ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ ମହାନ୍ତି ଦିନକୁ ଦିନ ଆୟୁର୍ବେଦିକ ମେଡ଼ିସିନର ଚାହିଦା ବଢ଼ିବାରେ ଲାଗିଛି l ଲୋକେ ବହୁସଂଖ୍ୟାରେ ବ୍ୟବହାର ମଧ୍ୟ କରୁଛନ୍ତି ବୋଲି କହିଥିଲେ l ଏହି ଅବସରରେ ମହମଦ ଜାକିର ଖାଁ, ମଡରନ ଆୟୁର୍ବେଦିକ ଡିପୋ ମାଲିକ ପ୍ରେମନାଥ ପ୍ରଧାନ ପ୍ରମୁଖଙ୍କ ସମେତ ବ୍ୟବସାୟୀ ମାନେ ଉପସ୍ଥିତ ଥିଲେ l

Leave A Reply

Your email address will not be published.