ତଳେ ବସି ଖଲି ପତ୍ରରେ ନବାନ୍ନ ଭକ୍ଷଣ କଲେ ଭୁପେଶ ବଘେଲ

ନୂଆଁଖାଇ କେବଳ ଯେ ପଶ୍ଚିମ ଓଡ଼ିଶାରେ ସୀମିତ ତାହା ନୁହେଁ ବରଂ ପଡୋଶୀ ଛତିଶଗଡ଼ ପର୍ଯ୍ୟନ୍ତ ପରିବ୍ୟାପ୍ତ । ଗତକାଲି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ମଧ୍ୟ ପାଳିଛନ୍ତି ନୂଆଁଖାଇ । ରାୟଗଡ଼ ଜିଲ୍ଲାର ଲୋଇଙ୍ଗ ଗାଁରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ପହଞ୍ଚି ପ୍ରଥମେ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା କରିଥିଲେ । ପରେ ଗାଁର ସାଧାରଣ ଚାଷୀ ବାହାଦୁର ସିଦାରଙ୍କ ଘରେ ପହଞ୍ଚିଥିଲେ । ଆଉ ସେଠାରେ ଖଲି ପତ୍ର ଓ ଦନାରେ ନବାନ୍ନ ଭକ୍ଷଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଭାତ ,ଡାଲି ସହ ୬ ପ୍ରକାରର ତରକାରୀ ପରସା ଯାଇଥିଲା।
ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଚାଷୀ ପରିବାରର ମୁଖ୍ୟ ବାହାଦୂର ସିଦାର ଘରେ ତଳେ ବସି ନବାନ୍ନ ଭକ୍ଷଣ କରିବା ପରେ ସୁଖଦ ଅନୁଭବ ବୋଲି କହିଥିଲେ । ପୂର୍ବ ବର୍ଷମାନଙ୍କରେ ମଧ୍ୟ ଛତିଶଗଡ଼ ରାଜ୍ୟରେ ନୂଆଁଖାଇ ପର୍ବ ପାଳନ ହୋଇ ଆସୁଥିଲେ ମଧ୍ୟ ଚଳିତ ବର୍ଷ ଛତିଶଗଡ଼ ସରକାର ଏଥର ସରକାରୀ ଛୁଟି ଘୋଷଣା ସହ ନୂଆଁଖାଇକୁ ଗଣପର୍ବ ଭାବେ ପାଳନ ଦିଗରେ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି ।

Leave A Reply

Your email address will not be published.