କାଲିମେଳା ଏମଭି ୯୦ ଗ୍ରାମରେ ଜିଲ୍ଲାପାଳ ଉଦଘାଟନ କଲେ ଟସର ସୁତା କେନ୍ଦ୍ର

କାଲିମେଳା:- ମାଲକାନଗିରି ଜିଲ୍ଲାପାଳ ଵିଶାଳ ସିଂ କାଲିମେଳା ଏମଭି ୯୦ ଗ୍ରାମରେ ଆଇ ଟି ଡ଼ିଏ ପକ୍ଷରୁ କରାଯାଇଥିବା ସ୍କିଲ ଡେଭେଲମେଣ୍ଟ ଵିଲଡିଂ ରେ ଓଡିଶା ଜୀବିକା ମିଶନ ଶକ୍ତି ପକ୍ଷରୁ ୧୦ ଲକ୍ଷ ବେୟରେ ଟସର ତାଲିମ କେନ୍ଦ୍ରକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ବିଶାଳ ସିଂ ଆଜି ଉଦଘାଟନ କରିଛନ୍ତି l ତାଙ୍କ ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମା ଶଙ୍କର ଦଳେଇ, ସ୍ଥାନୀୟ ସରପଞ୍ଚ ପୃଥୀ ରାଜ ମାଝୀ ଯୋଗ ଦେଇଥିଲେ, ଓଡିଶା ଜୀବିକା ମିଶନ ଶକ୍ତି ବ୍ଲକ ସଂଯୋଜକ ରତନ ଗୋଲଦାରଙ୍କ ନେତୃତ୍ୱରେ ଆୟୋଜିତ ଏହି ଟସର ତାଲିମ କେନ୍ଦ୍ରଟିରେ ୩୦ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନଙ୍କୁ ନେଇ ଏଠାରେ ଟସରରୁ କିପରି ରେଶମ ସୁତା ବାହାରିବ ତାହା ତାଲିମ ପ୍ରଦାନ କରାଯିବ, ପର୍ଯାୟ କ୍ରମେ ତିରିଶିଜଣ ମା ମାନଙ୍କୁ ନେଇ ଏହି ତାଲିମ ଦିଆଯିବ ଏକ ମାସ ଏହି ତାଲିମ ପ୍ରଦାନ କରାଯିବ, ତାଲିମ ଦେବା ପାଇଁ ଛତିଶଗଡ଼ ରାଜ୍ୟ ଅସ୍ତିତ୍ୱ ମହିଳା ସମିତି ପକ୍ଷରୁ ତାଲିମ ପ୍ରଦାନ କରିବା ପାଇଁ ଆସିଥିବା ବ୍ଲକ ସଂଯୋଜକ ଶ୍ରୀ ଗୋଲଦାର କହିଥିଲାବେଳେ ଆଗାମୀ ଦିନରେ ଭୁବେନେଶ୍ୱରରୁ କଞ୍ଚା ମାଲ ସହ ତାଲିମ ଦେବା ପାଇଁ ଟେନର ଆସିବେ ବୋଲି ବ୍ଲକଆସିଷ୍ଟାଣ୍ଟ ଏକଜୁଟିଭି ଇଞ୍ଜିନିଅର ସୂଧାଂଶୁ ବେହେରା କହିଛନ୍ତି l ଓଡିଶା ଜୀବିକା ମିଶନ ପକ୍ଷରୁ ବେୟ କରାଯାଇ ତାଲିମ କେନ୍ଦ୍ର ଖୋଲା ଯାଇଛି କିନ୍ତୁ ବ୍ଲକ ସଂଯୋଜକଙ୍କୁ ଜଣା ନାହିଁ କେତେ ଟଙ୍କା ବେୟ କରାଯାଇ ଏହି ଟସର ତାଲିମ କେନ୍ଦ୍ର କରାଯାଇଛି, ପଚାରିବାରୁ ସେ ବ୍ଲକ ଯନ୍ତ୍ରୀଙ୍କୁ ଦେଖାଉଛନ୍ତି, ବର୍ତ୍ତମାନ ତିରିଶିଟି ମେସିନ ଆସିଛି, ଆହୁରି ଏହାର ସରଞ୍ଜାମ ଥିବା ଏଇ କହିଛନ୍ତି ଦେଖିବାଜୁ ବାକି ରହିଲା ଏହା ଆଗାମୀ ଦିନରେ ଆଦିବାସୀ ଅଦୁଷିତ ମା ମାନେ କେତେ ସ୍ୱାବଲମ୍ବୀ ଏହା ଦ୍ୱାରା ସ୍ୱାବଲମ୍ବୀ ହୋଇପାରଛନ୍ତି l

Leave A Reply

Your email address will not be published.