ଦୁଇ ସନ୍ତାନକୁ ଛାଡ଼ି କୁଆଡ଼େ ଗଲେ ମା ?

ଫୁଲବାଣୀ ,୦୩/୦୯ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅଞ୍ଚଳର ସାରିଙ୍ଗି ରିପି ଗ୍ରାମର ଜଣେ ବିବାହିତ ମହିଳା ନିଜର ଦୁଇଟି ସନ୍ତାନ ଓ ସ୍ୱାମୀକୁ ଛାଡି ଚାଲି ଯାଇଥିବା ନେଇ ଦାରିଙ୍ଗବାଡି ଥାନାରେ ଅଭିଯୋଗ ହୋଇଛି । ସାରିଙ୍ଗିରିପି ଗ୍ରାମର ଅମୀନ ପ୍ରଧାନଙ୍କ ପୁଅ ରାଉତ ପ୍ରଧାନ ଦଶ ବର୍ଷ ତଳେ ବାଡ଼ାପାଙ୍ଗା ଗ୍ରାମର ପୁର୍ଣ ନାୟକଙ୍କ ଝିଅ ରାନୀ ନାୟକଙ୍କୁ ପ୍ରେମ ବିବାହ କରିଥିଲେ । ବେଶ ହସଖୁସିରେ ଚାଲିଥିଲା ସଂସାର I ବିବାହର ଚାରି ବର୍ଷ ପରେ ରାନୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ପରିବାରରେ ଖୁସିରେ ଲହରୀ ଖେଳି ଯାଇଥିଲା ନିଜର କନ୍ୟା ସନ୍ତାନ, ସ୍ୱାମୀ, ବିଧବା ଶାଶୁ ମିଳି ମିଶି ବେଶ ଖୁସିରେ ଚଳୁଥିଲେ ହେଲେ କିଛି ଦିନ ପରେ ଶାଶୁ ବୋହୁଙ୍କ ଭିତରେ ବୁଝାବଣା ଅଭାବରୁ ଅଲଗା ରହିଥିଲେ l ବେଶ କିଛି ବର୍ଷ ପରେ ଅର୍ଥାତ ବିବାହର ସାତ ବର୍ଷ ପରେ ରାନୀ ପୁଣି ଏକ ପୁତ୍ର ସନ୍ତାନ ଜନ୍ମଗ୍ରହଣ କରିଥିଲେ ପୁଣି ସେହି ପରିବାରରେ ଶାଶୁ ବୋହୁ ମିଳିମିଶି ହୋଇ ରହିଥିଲେ । ହେଲେ ଜଣେ ରୋଜଗାର କରି ଛୋଟ ଛୁଆ ଦୁଇଜଣ ଏପଟେ ବୃଦ୍ଧ ମା ପାଞ୍ଚଜଣ ଚଳିବା କଷ୍ଟକର ହୋଇଥିଲା l ଫଳରେ ରାଉତ ଦାଦନ ଖଟିବାକୁ ନିଜର ଦୁଇ ସନ୍ତାନ, ସ୍ତ୍ରୀ,ବିଧବା ମାକୁ ଘରେ ଛାଡ଼ି କେରଳ ଚାଲିଯାଇଥିଲେ ଅଧିକ ରୋଜଗାର କରିବା ପାଇଁ। କେରଳରେ ରହି ଦିନ ମଜୁରୀ କରି ଯାହା ରୋଜଗାର କରନ୍ତି ନିଜର ଖର୍ଚ୍ଚ ରଖି ବଳକା ଟଙ୍କାକୁ ନିଜ ସ୍ତ୍ରୀ ରାନୀଙ୍କ ପାଖକୁ ପଠାନ୍ତି ସେହି ଅର୍ଥରେ ରାନୀ ନିଜର ଦୁଇ ଛୁଆଙ୍କ ସମେତ ଶାଶୁଙ୍କ ଦାଇତ୍ୱ ମଧ୍ୟ ନିଅନ୍ତି l
କେରଳରେ ତିନି ବର୍ଷ ରହିଲା ରହିଲା ଭିତରେ ଯାହା ରୋଜଗାର କରିଥିଲେ ରାଉତ ସମସ୍ତ ଟଙ୍କା ରାନୀଙ୍କ ଦେଉଥିଲେ ହେଲେ ହଠାତ ଅଗଷ୍ଟ ୧୦ ତାରିଖ ଦିନ ରାନୀ ନିଜର ଛଅ ବର୍ଷର ଝିଅ ରଶ୍ମି ପ୍ରଧାନ ଏବଂ ତିନି ବର୍ଷର ପୁଅ ଆସୁ ପ୍ରଧାନଙ୍କୁ ଛାଡ଼ି କୁଆଡ଼େ ଚାଲି ଯାଇଛନ୍ତି । ଏହି ଖବର ସ୍ୱାମୀ ରାଉତ ଶୁଣିବା ପରେ କେରଳରୁ ସିଧା ଫେରିଥିଲେ ନିଜ ଗ୍ରାମ ସାରିଗ୍ରୀପିକୁ ପରେ ମାଙ୍କ ମୁହଁରୁ ରାନୀ ଆମକୁ ଛାଡି କୁଆଡେ ଚାଲି ଯାଇଛି ଶୁଣିଲା ପରେ ରାଉତ ଶଶୁର ଘର ବାଡ଼ାପାଙ୍ଗା ଆସି ରାନୀଙ୍କୁ ଖୋଜିଥିଲେ ହେଲେ ରାନୀ ଅଗଷ୍ଟ ୧୦ ତାରିଖ ଦିନ ଆସି ତାପର ଦିନ ସକାଳୁ ଚାଲି ଯାଇଥିବା କହିଥିଲେ ରାଉତଙ୍କ ଶଶୁର l ହେଲେ ରାନୀ ଗଲେ କୁଆଡ଼େ ଏପଟେ ରାନୀଙ୍କ ମୋବାଇଲ ସୁଇଚ ଅଫ କହୁଥିବା ବେଳେ ବହୁ ଖୋଜାଖୋଜି ପରେ ଏତେ ଦିନ ଧରି ରାନୀଙ୍କ କୌଣସି ଖବର ମିଳି ନଥିବାରୁ ଏନେଇ ପରିବାର ପକ୍ଷରୁ ଦାରିଙ୍ଗବାଡି ଥାନାରେ ଅଭିଯୋଗ ହୋଇଛି । ସେପଟେ ଦୁଇ ନାବାଳକ ଶିଶୁ ନିଜ ମାର ଫେରିବା ବାଟକୁ ଚାହିଁ ବସିଛନ୍ତି । ତେବେ ରାନୀ ପ୍ରେମ କରି ପ୍ରେମିକ ସହ କେଉଁଆଡେ ପଳାଇଥାଇପାରନ୍ତି ନଚେତ ତାଙ୍କୁ କେହି ଦୁର୍ବୁର୍ତ ଅପହରଣ କରି ନେଇ ନାହାଁନ୍ତି ତ ? ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁ ଥିଲେ ମଧ୍ୟ ତଦନ୍ତ ପରେ ପ୍ରକୃତ ତଥ୍ୟ ଜଣାପଡିବ l

Leave A Reply

Your email address will not be published.