ବିଦାୟ କାଳୀନ ସମ୍ବର୍ଦ୍ଧନା, ଦୁଃଖରେ ବିଚ୍ଛିନ୍ନାଞ୍ଚଳ ଅଧିବାସୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ସ୍ଵାଭିଆନ ଅଞ୍ଚଳ ପ୍ରଥମ କରି ବାଟ ଫିଟାଇବାର ମୁଖ୍ୟ ଭୂମିକା ଗ୍ରହଣ କରି ଘନ ଘନ ମାଓବାଦୀଙ୍କ ଧମକକୁ ଖାତିରି ନକରି ବିଛିନ୍ନ ଅଞ୍ଚଳକୁ ସ୍ୱାଭିମାନ ଅଞ୍ଚଳର ରୂପ ଦେଇ ଅନେକ ବାଧାବିଘ୍ନକୁ ଖାତିରି ନକରି ସ୍ୱାଭିମାନ ଅଞ୍ଚଳରେ କାର୍ଯ୍ୟରତ ଥିଲେ । ଏହି ଭଳି ଜଣେ ମହାନ ବ୍ୟକ୍ତିଙ୍କୁ ଅଚାନକ ଭାବେ ମାଲକାନଗିରି ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ବଦଳି କରାଯାଇଛି । ତେଣୁ ସ୍ୱାଭିମାନ ଅଞ୍ଚଳବାସୀ ଦୁଃଖରେ ଭାଙ୍ଗି ପଡିଛନ୍ତି । କିନ୍ତୁ ଜେଇ ସାରଙ୍କ ସାହାସିକତା ପାଇଁ ଅଞ୍ଚଳବାସୀ ଏକ ବିଦାୟ କଲିଂ ସମ୍ବଧନା ସଭାରେ ଆୟୋଜନ କରିଥିଲେ । ଉକ୍ତ ସଭାରେ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ ପାପର ମେଟଲା ଥାନାର ପୂର୍ବତନ ଥାନା ଅଧିକାରୀ ଲକ୍ଷ୍ମୀ ନାରାୟଣ ମୁଦୁଲି(ବଣ୍ଟି ବାବୁ) ଓ ସ୍ୱାଭିମାନ ଅଞ୍ଚଳର ଅନେକ ଜନସାଧାରଣ ଉପସ୍ଥିତ ରହିଥିବାବେଳେ ପଣସ ପୁଟ ସରପଞ୍ଚ ଅର୍ଜୁନ ହନ୍ତାଳ ଯୁବ ସମାଜସେବୀ ଭିମସେନ ଖିଲ, ରାମଚନ୍ଦ୍ର ଗାଲେଲ, ଶ୍ୟାମସୁନ୍ଦର ଗଲରି, ଅନନ୍ତ ଶିଶା ଉପସ୍ଥିତ ଥିଲେ ।

Leave A Reply

Your email address will not be published.