ଗଣେଶ ପୂଜା ଭଷାଣିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୭ ଆହାତ, ଦୁଇ ଗୁରୁତର ।

ଫୁଲବାଣୀ ୦୪/୦୯ ଫୁଲବାଣୀ ନିକଟସ୍ଥ ରାମାଡି ଗ୍ରାମରେ ଗଣେଶ ମେଢ ଭାଷାଣିରେ ଦଡକୀ ଛକରେ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଉଭୟ ଗୋଷ୍ଠୀର ୭ ଜଣ ଆହତ ହେବା ସହ ଦୁଇଜଣ ଗୁରୁତର ହୋଇଛନ୍ତି। ଗୁରୁତର ୨ ଜଣଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଗଣ୍ଡଗୋଳରେ ସାମିଲ ଥିବା ମୁଖ୍ୟ ସରପଞ୍ଚଙ୍କ ପୁଅ ସଂଜୀତ ମଲ୍ଲିକ ଓରଫ ପପୁଙ୍କ ସହ ଅନ୍ୟ ଅଭିଯୁକ୍ତ ମାନଙ୍କ ଗିରଫ ଦାବିରେ ଫୁଲବାଣି ଗୋଛାପଡା ରାସ୍ତାର ଦଡକୀ ଛକରେ ରାସ୍ତାରୋକ କଲେ ଗ୍ରାମବାସୀ। ଗ୍ରାମର ଶତାଧିକ ମହିଳା ମାନେ ସରପଞ୍ଚଙ୍କୁ ଘରୁ ଝିକି ଝିକି ଦଡ଼କୀ ଛକ ପର୍ଯ୍ୟନ୍ତ ଆଣିଥିଲେ। ପୁଅକୁ ଗିରଫ ଦାବିରେ ସରପଞ୍ଚଙ୍କୁ ରାସ୍ତାରେ ବସାଇଲେ। ଖବର ପାଇ ଫୁଲବାଣୀ ସଦର ଥାନାଧିକାରୀ ସମୀର କୁମାର ରାଉତ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିଶୃତି ଦେବାପରେ ରାସ୍ତାରୁ ହଟିଥିଲେ ଗ୍ରାମବାସୀ। ସୂଚନା ପ୍ରକାରେ ରାମାଡି ଗ୍ରାମର ଯୁବକ ମାନେ ଗଣେଶ ଭଷାଣିରେ ଯାଉଥିବା ବେଳେ ଦଡକି ଛକରେ ଦଡକି ଗ୍ରାମର ସରପଞ୍ଚଙ୍କ ପୁଅ ପପୁ ଓ ତାର କିଛି ବନ୍ଧୁ ମାରଣାସ୍ତ୍ର ସାହାଯ୍ୟରେ ରାମାଡିର ଯୁବକ ମାନଙ୍କୁ ମାଡ଼ ମାରିବା ସହିତ ଛୁରୀରେ ଆଘାତ କରିଥିଲେ। ଯାହା ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏବଂ ଏକ ଟ୍ରାକ୍ଟରକୁ ଭଙ୍ଗାରୁଜା କରିବା ସହ ସାଉଣ୍ଡ ବକ୍ସକୁ ମଧ୍ୟ ଭାଙ୍ଗିଥିବା ଦେଖିବାକୁ ମିଳିଛି l ତେବେ ଅଭିଯୁ୍କ୍ତମାନଙ୍କୁ ତୁରନ୍ତ ଗିରଫ ନକରିଲେ ଆଗାମୀ ଦିନରେରେ ପୁନର୍ବାର ଆନ୍ଦୋଳନ ହେବ ବୋଲି ରାମାଡି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.