ବାଇକ ନେଇ ପଳାଇବା ବେଳେ ବାଇକ ସହ ଚୋର ଗିରଫ

ଫୁଲବାଣୀ -୦୪/୦୯ ବାଇକ ଚୋରକୁ ଧରିଲେ ଲୋକେ ଆଉ ପୋଲିସ ଜିମା ଦେଲେ l ସୂଚନାଯୋଗ୍ୟ ଯେ ବାଲିଗୁଡା ସହରର ପଣସ ପୋଡିର ଏକ ଜେରକ୍ସ ଦୋକାନ ସାମନାରେ ଥିବା ଏକ ପଲସର୨୨0ର ଚାବି ଭାଙ୍ଗି ବାଇକ ଧରି ଚମ୍ପଟ ମାରୁଥିବା ବେଳେ ସ୍ଥାନୀୟ ଲୋକେ ଜାଣିପାରି ଗୋଡେଇ ଗୋଡେଇ କଲେଜ ଛକ ନିକଟରୁ ଧରିଥିଲେ l ପରେ ପୋଲିସରେ ଜିମା ଦେଇଥିଲେ l ବାଇକ ଚୋର ଜଣଙ୍କ ତୁମୁଡିବନ୍ଧ ଥାନା ଅଞ୍ଚଳ ମୁଣ୍ଡୀଗଡ଼ର ପ୍ରଫୁଲ ନାୟକଙ୍କ ପୁଅ କରନ ନାୟକ l ତେବେ ବାଲିଗୁଡା ଅଞ୍ଚଳରୁ ଚୋରି ହୋଇଥିବା ଅନେକ ବାଇକ ସବୁରେ କରନର ହାତ ଥାଇପାରେ ଏଣୁ ବାଲିଗୁଡ଼ା ପୋଲିସ ସଠିକ ତଦନ୍ତ କରି ବାଇକ ଉଧାର କରିବାକୁ ଦାବି ହେଉଛି l

Leave A Reply

Your email address will not be published.