ଅବସର ଶିକ୍ଷକ ସଂଘ ପକ୍ଷରୁ ଗୁରୁ ଦିବସ ପାଳିତ

ଗୁରୁଙ୍କୁ ପୂଜିଲେ ଅବସରପ୍ରାପ୍ତ ଗୁର

ଖୁଣ୍ଟା – ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଳକ ଅବସରପ୍ରାପ୍ତ ଶିକ୍ଷକ ସଂଘ ପକ୍ଷରୁ ପବିତ୍ର ଗୁରୁ ଦିବସ ତଥା ଦେଶର ପ୍ରଥମ ରାଷ୍ଟ୍ରପତି ଡଃ.ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ୧୩୪ତମ ଜନ୍ମ ଜୟନ୍ତି ପାଳିତ ହୋଇଯାଇଛି । ଇତି ଅବସରରେ ସଂଘର ସଭାପତି ପ୍ରତାପ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅବସର ପ୍ରାପ୍ତ ଶିକ୍ଷକ ସଂଘର ସମ୍ପାଦକ ହରିଶଚନ୍ଦ୍ର ପାତ୍ର କେଷାଧକ୍ଷ ଶତିଶ ଚନ୍ଦ୍ର ପରିଡା, ଗଙ୍ଗାଧର ଭୋଇ ପ୍ରମୁଖ ଯୋଗ ଦେଇ ରାଧାକୃଷ୍ଣଙ୍କ ଫୋଟୋ ଚିତ୍ରରେ ପୁସ୍ପମାଲ୍ୟ ଅର୍ପଣ କରିବା ସହ ଶିକ୍ଷକତାରୁ ଦେଶର ସର୍ବଚ୍ଚ ସାମ୍ବିଧାନୀକ ପଦବୀରେ ଅଭିଶିକ୍ତ ହୋଇଥିବା ପୂର୍ବତନ ରାଷ୍ଟ୍ରପତି ଡଃ. ରାଧାକୃଷ୍ଣଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ । ଏବଂ ଗୁରୁ ଶିଷ୍ୟ ପରମ୍ପରାର ଅନନ୍ୟ ଉଦାହରଣ ସୃଷ୍ଟି କରିଥିବା ପୂର୍ବନ ରାଷ୍ଟ୍ରପତି ରାଧାକ୍ରିଷ୍ଣଙ୍କ ନୀତି ଆଦର୍ଶରେ ଆଜିର ଶିକ୍ଷକ ସମାଜ ଅନୁପ୍ରାଣି ହେଇ ପାରିଲେ ଏହା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ଅତିଥିଗଣ ମତବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ତାଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋବା ପାଇଁ ଆହ୍ବାନ ଦେଇଥିଲେ । ଶିକ୍ଷକ ସଂଘ ପକ୍ଷରୁ ପାଳିତ ୫ମ ବାର୍ଷିକ ଗୁରୁଦିବସ ପାଳନ ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଖୁଣ୍ଟା ବ୍ଳକର ବରିଷ୍ଠ ଶିକ୍ଷକ ଶରତ ଚନ୍ଦ୍ର ନାୟକ ଏବଂ ଗୋପବନ୍ଧୁ ନଗର ବ୍ଳକର ଶରତ ଚନ୍ଦ୍ର ଉପାଧ୍ୟାୟଙ୍କୁ ସଂଘ ପକ୍ଷରୁ ମାନପତ୍ର ଓ ଉପଢ଼ୌକନ୍ୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା | ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଳକ ଦ୍ବୟରୁ ବହୁ ସଂଖ୍ୟକ ଅବସର ପ୍ରାପ୍ତ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.