ଶିକ୍ଷକ ଅଟନ୍ତି ଯୁଗ ନିର୍ମାତା- ଛାତ୍ରଛାତ୍ରୀ ରାଷ୍ଟ୍ର ଭାଗ୍ଯ ବିଧାତା

ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଜୟନ୍ତୀ ତଥା ଗୁରୁଦିବସ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ପାଳିତ ହୋଇ ଯାଇଛି। ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଜନାର୍ଦ୍ଦନ ପରିଡ଼ା ପ୍ରଦୀପ ପ୍ରଜ୍ବଳନ କରି ରାଧାକ୍ରିଷ୍ଣନଙ୍କ ପ୍ରତିଛବିରେ ଧୂପ ପୁଷ୍ପ ଅର୍ପଣ କରିଥିଲେ। ଛାତ୍ରୀ ଶ୍ରଦ୍ଧା ସୁମନ, ଶୁଭସ୍ମିତା ପଣ୍ଡା ଓ କେ. ଦେବସ୍ମିତା ଏକ ସୁନ୍ଦର ଭକ୍ତିଭାବ ପୂର୍ଣ୍ଣ ଗୁରୁବନ୍ଦନା ଟିଏ ଗାନ କରିଥିଲେ। ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନ ଆଦର୍ଶ ଆଲୋଚନା ହେବା ସହିତ ଉତ୍ତମ ମଣିଷ ଗଠନ କରିବାରେ ଶିକ୍ଷକ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ବିଷୟରେ ଆଲୋଚନା ହୋଇଥିଲା। ଛାତ୍ରଛାତ୍ରୀ ମାନେ ରାଷ୍ଟ୍ରର ଭାଗ୍ଯ ବିଧାତା ହେଲାବେଳେ ଶିକ୍ଷକ ମାନେ ହେଉଛନ୍ତି ଯୁଗ ନିର୍ମାତା ବୋଲି ଆଲୋଚନା ସଭାରେ ମତ ପ୍ରକାଶ ପାଇଥିଲା। ସେବାବ୍ରତୀ ଆଚାର୍ଯ୍ୟ ରଂଜନ କୁମାର ପରିଡା,ଦୀପକ କୁମାର ସାହୁ ଓ ସେବାବ୍ରତୀ ଆଚାର୍ଯ୍ୟା ବିନୋଦିନୀ ବାରିକ ଗୁରୁ ଦିବସ ବିଷୟରେ ସାର ଗର୍ଭକ ବକ୍ତବ୍ଯ ରଖିଥିଲାବେଳେ ଛାତ୍ରୀ ବୈଭଶ୍ରୀ ପ୍ରିୟଦର୍ଶିନୀ, ଅନ୍ବେଷା ହୋତା, ନନ୍ଦିନୀ ନାୟକ, ପ୍ରତିଜ୍ଞା ଦାସ, ପ୍ରତ୍ଯାଶା ମହାପାତ୍ର, କେ. ଦେବସ୍ମିତା, ବିଶ୍ବବିଜିତା ମହାନ୍ତି,ଅନୁଷ୍କା ବିଶ୍ବାଳ, ସାଇଶ୍ରଦ୍ଧା ନାୟକ,ଶୁଭସ୍ମିତା ପଣ୍ଡା,ସାଇଶ୍ରୀ ପ୍ରିୟଦର୍ଶିନୀ,ଦିକ୍ଷିତା ମିଶ୍ର, ସାଇସ୍ମିତା ସେଠୀ ଅଭିଭାଷଣ ପ୍ରଦାନ କରିଥିଲେ ସେହିପରି ଛାତ୍ର ନଳିନୀ କାନ୍ତ ସାହୁ, ବିଦ୍ଯା ଭାନୁ ଦାସ, ଆୟୂଷ୍ ଓମକାର ମିଶ୍ର ନିଜ ନିଜର ଭାଷଣ ପ୍ରଦାନ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ସମସ୍ତ ଗୁରୁଜୀ ଗୁରୁମା ମାନଙ୍କୁ ଗୋଟିଏ ଗୋଟିଏ କଲମ ଉପହାର ଦେବା ସହିତ ମିଷ୍ଟାନ୍ନ ପ୍ରଦାନ କରିଥିଲେ।

Leave A Reply

Your email address will not be published.