ଗରଗାଲି ସରସ୍ବତୀ ଶିଶୁବିଦ୍ୟା ମନ୍ଦିରରେ ଗୁରୁ ଦିବସ ପାଳିତ

ବଡ଼ଚଣା :ବଡ଼ଚଣା ବ୍ଲକ କୁନ୍ଦଳ ପଞ୍ଚାୟତ ଗରଗାଲି ସରସ୍ବତୀ ଶିଶୁ ଵିଦ୍ୟା ମନ୍ଦିରରେ ଗୁରୁ ଦିବସ ପାଳିତ ହୋଇଯାଇଛି l ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମତିଥିରେ ସ୍କୁଲର ଛାତ୍ରଛାତ୍ରୀ ମାନେ ସକାଳୁ ଆସି ସ୍କୁଲ ପରିସର ଭିତରେ ଗୁରୁଜୀ ଓ ଗୁରୁମା ମାନଙ୍କୁ ଏକତ୍ରିତ ବସାଇ ସେମାନଙ୍କୁ ରୀତିନୀତି ଅନୁସାରେ ଫୁଲ, ଚନ୍ଦନ, ଦୁବବରକୋଳିପତ୍ର ପକାଇ ପୂଜା କରିବା ସହ ଗୁରୁଙ୍କ ପାଦପଦ୍ମ ତଳେ ପ୍ରଣାମ କରି ଆଶ୍ରିବାଦ ନେଇଥିଲେ l ପରେ ମହାନ ପୁରୁଷ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ରଖି ପୂଜାଅର୍ଚ୍ଚନା କରି ତାଙ୍କ ଫଟୋ ନିକଟରେ ବିଭିନ୍ନ ପାର୍ଥନା କରିଥିଲେ l ଗୁରୁଦିବସରେ ଛାତ୍ରଛାତ୍ରୀଙ୍କ ଭିତରେ ଏକ ଉତ୍ସାହ ଦେଖିବାକୁ ମିଳିଥିଲା l ଶେଷରେ ସ୍କୁଲର ଗୁରୁ ମାନେ ପିଲା ମାନଙ୍କୁ କିପରି ଭଲ ପାଠପଢିବା ସହିତ ଭଲ ମଣିଷ, ଭଲ ସଂସ୍କାରି ହୋଇ ରାଜ୍ୟ ତଥା ଦେଶର ନା ରଖିବ ସେ ବିଷୟରେ କହିଥିଲେ l ଏହି ଦିନଟି ହେଉଛି ଭାରତର ଜଣେ ମହାନ ପୁରୁଷ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ l ସେ ଥିଲେ ଜଣେ ଏକାଧାରରେ ଶିକ୍ଷକ, ଶିକ୍ଷାବିତ ଓ କୁଟନୀତି ଭାବେ ବେଶ ପରିଚିତ l ସେ ଏପରି ମହାନ କାମ କରିଛନ୍ତି ଯାହାକି ତାଙ୍କୁ ଭାରତରତ୍ନ ସହ ବହୁ ଅନ୍ତରଜାତୀୟ ସ୍ତରରେ ତାଙ୍କୁ ପୁରସ୍କୃତ ମଧ୍ୟ କରାଯାଇଛି l ଏହି ମହାନ ପୁରୁଷଙ୍କ ପଥ ଅନୁସରଣ କରି ଚାଲିବାକୁ ଛାତ୍ରଛାତ୍ରୀ ମାନଙ୍କୁ ଗୁରୁମାନେ କହିବା ସହିତ ଆଜିର କାର୍ଯ୍ୟକ୍ରମକୁ ପ୍ରଂଶସା କରିଥିଲେ l

Leave A Reply

Your email address will not be published.