କାଲିମେଳା ବ୍ଲକ କଲୋନୀ ବିଦ୍ୟାଳୟରେ ପାଳିତ ହେଲା ଗୁରୁଦିବସ

କାଲିମେଳା : କାଲିମେଳା ବ୍ଲକ ସଦର ମହକୁମାର ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ସେପ୍ଟେମ୍ବର ୫ ତାରିଖକୁ ଗୁରୁଦିବସ ରୂପେ ପାଳନ କରାଯାଇଛି । ତେବେ ବ୍ଲକ କଲୋନୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଗୁରୁଦିବସ ପାଳନ ବେଳେ କାର୍ଯ୍ୟାଳୟଠାରୁ ମଞ୍ଚ ପର୍ଯ୍ୟନ୍ତ ସ୍ଥାନୀୟ ପାରମ୍ପରିକ ଢେମସା’ନୃତ୍ୟରେ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କୁ ପାଛୋଟି ନେଇଥିଲେ । ଶିକ୍ଷକଙ୍କୁ କଲମ ଓ ମିଠା ବଣ୍ଟନ କରିଥିଲେ । ସେହିପରି ଶିକ୍ଷକମାନେ ମଧ୍ୟ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ମିଠା ବଣ୍ଟନ କରିଥିଲେ । ଏ ଅବସରରେ ମୁଖ୍ୟ ଅତିଥି ଭାବେ ସିଆରସିସି ରଞ୍ଜିତ ସରକାର ଓ ମୁଖ୍ୟ ବକ୍ତା ଭାବେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧ୍ରୁବଚରଣ ନାୟକ ଉପସ୍ଥିତ ଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରୁ ଶିକ୍ଷକ ସୁରେନ୍ଦ୍ର ନାଥ ସାହୁ , ନିମାଇଁ ସିଂ , ଭୀମା ପଡିଆମି ଓ ପ୍ରମୋଦ କୁମାର ଦାସ, ଶିକ୍ଷୟିତ୍ରୀ ରାଧାରାଣୀ ମହାପାତ୍ର , ସ୍ମୃତି ରେଖା ଦାସ , ବିମଳା ସରକାର , ପ୍ରଭାରାଣୀ ରହା , ସାବିତ୍ରୀ ଲେଙ୍କା , ମିନତୀ ବାଳା ଦତ୍ତ ଓ ମମତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଗୁରୁ ଓ ଶିଷ୍ୟ ସଂପର୍କ ବିଷୟରେ ମଞ୍ଚାସୀନ ଅତିଥିମାନେ ମତବ୍ୟକ୍ତ କରିଥିବା ବେଳେ ଭବିଷ୍ୟତରେ କିପରି ଆଦର୍ଶ ଛାତ୍ରଛାତ୍ରୀ ହେବା ସହ ସୁସ୍ଥ ସମାଜ ଗଠନ ଦିଗରେ ପ୍ରଧାନ ଶିକ୍ଷକ ଧ୍ରୁବଚରଣ ନାୟକ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେଇଥିଲେ ।

Leave A Reply

Your email address will not be published.