ମୁଖ୍ୟମନ୍ତ୍ରୀଙ୍କୁ ଜିବନ ବ୍ୟାପି ସାଧନା ସମ୍ମାନ ସମ୍ମାନିତ ହୋଇଥିବାରୁ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ

ମାଲକାନଗିରି: ଦୀର୍ଘ ୨୫ ବର୍ଷ ଧରି ଜୀବନ ବ୍ୟାପି ଓଡିଶାବାସୀଙ୍କ ସେବାରେ ନିଜକୁ ଲିପ୍ତ ରଖିଥିବା ସେହି ମହାନ ଜନ ନାୟକ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଅବସରରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ପକ୍ଷରୁ ତାଙ୍କୁ ହୃଦୟରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ଶ୍ରୀଯୁକ୍ତ ପୁର୍ଣ ଚନ୍ଦ୍ର ବାକା, ମାଲକାନଗିରି ଜ଼ିଲ୍ଲା ବରିଷ୍ଠ ବିଜୁ ଜନତା ଦଳ ନେତା ତଥା ପୁର୍ବତନ ବିଧାୟକ ଶ୍ରୀ ମାନସ ମାଡକାମିଙ୍କ ସମେତ ଅନ୍ୟାନ୍ୟ ଦଳୀୟ ବରିଷ୍ଠ କର୍ମୀ ଓ କର୍ମକର୍ତ୍ତା ମାନେ ଭୁବନେଶ୍ୱର ଗସ୍ତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଆୟୋଜିତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.