ପୋକ୍ସୋ ସର୍କିଟ କୋର୍ଟ କୋଟପାଡ କୋର୍ଟରେ ଏ ମାସ ୧୪ ତାରିଖରୁ ଆରମ୍ଭ

କୋଟପାଡ଼: ବହୁ ପ୍ରତିକ୍ଷୀତ କୋଟପାଡ଼ ଠାରେ ପୋକ୍ସୋ ସର୍କିଟ କୋର୍ଟ ଏ ମାସ ୧୪ ତାରିଖରୁ କୋଟପାଡ ପ୍ରଥମ ଶ୍ରେଣୀ ବିଚାର ବିଭାଗୟ କୋର୍ଟ ପରିସରରେ ଆରମ୍ଭ ହେବ ଏ ନେଇ ମାନ୍ୟବର ହାଇକୋର୍ଟ ଅନୁମତି ଦେଇଛନ୍ତି। ଏହାକୁ କୋରାପୁଟ ଜିଲ୍ଲା ଜଜ୍ ଏ ମାସ ୧୪ ତାରିଖରୁ ଆରମ୍ଭ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି। ଏହି କ୍ରମରେ ଓକିଲ ସଙ୍ଘର ସଭାପତି ମଣି ପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ବସି ଏହି ପୋକସୋ ସର୍କିଟ କୋର୍ଟ କୋଟପାଡ଼ରେ ହୋଇଥିବାରୁ ଓକିଲ ସଙ୍ଘ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓ କୋରାପୁଟ ଜିଲ୍ଲା ବିଚାରପତିଙ୍କୁ ସଂଘ କୃତଜ୍ଞତା ଜ୍ଞାପନ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଓକିଲ ସଂଘର ପୂର୍ବତନ ସଭାପତି ପଙ୍କଜ ପାତ୍ର, ବରିଷ୍ଠ ଅଧିବକ୍ତା ଜିତେନ୍ଦ୍ର ନାଥ ମହାପାତ୍ର, କାମାଖି ପ୍ରସାଦ ପାଢ଼ୀ, ସରକାରୀ ଓକିଲ କିଶୋର ଚନ୍ଦ୍ର ମିଶ୍ର, କାର୍ତ୍ତିକ ତିରିଆ, ଦୁର୍ଗା ସାହୁ,ଶଙ୍କର ପଣ୍ଡା, ମୁକ୍ତେଶ୍ଵର ନାୟକ, ଲିଙ୍ଗରାଜ ନାୟକ, ଖଗପତି ପାତ୍ର, ଗୁପ୍ତ ବେହେରା, ଘନ ବିଶୋଇ, ସଂଗ୍ରାମ ଜେନା, ବୁଲୁ ହୋତା, ପ୍ରଦୀପ ବକ୍ସି, ବିଦ୍ୟୁତ୍ ବକ୍ସି, ନିମି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଏହାକୁ ସ୍ଵାଗତ କରିଥିଲେ।ବିଗତ ଦିନରେ କୋଟପାଡ ଓକିଲ ସଂଘ ବିଭିନ୍ନ ପ୍ରକାର ଧର୍ମଘଟ କରିଥିଲେ ଏ ଅଞ୍ଚଳର ବିଶେଷ କରି ଆଦିବାସୀ ହରିଜନଙ୍କୁ ଖର୍ଚ୍ଚାନ୍ତରୁ ବଞ୍ଚିତ ହୋଇଛନ୍ତି। ପୋକ୍ସୋ ସର୍କିଟ କୋର୍ଟ କୋଟପାଡ଼ରେ ହୋଇଥିବାରୁ କୋଟପାଡବାସୀ ମଧ୍ୟ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି।

Leave A Reply

Your email address will not be published.