ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସାମ୍ବାଦିକ ସମ୍ମିଳନୀ

ମାଲକାନଗିରି,୬।୯: ଓଡିଶାରେ ୨୨ ବର୍ଷ ଧରି ବିଜୁ ଜନତା ଦଳ ଶାସନ ଗାଦିରେ ବସି ଆସିଥିବା ବେଳେ ଇତି ମଧ୍ୟରେ ଓଡିଶାରେ ଅପରାଧ ବଢିବା ସହ ବେରୋଜଗାରୀ , ଦାଦନ ସମସ୍ୟା , ମାନବ ତସ୍କରୀ , ବନ୍ୟପାଣ୍ରୀ ତସ୍କରୀ , ସ୍ୱାସ୍ଥ୍ୟ ସେବାରେ ସମସ୍ୟା ମହିଳା ଓ ଶିଶୁ ସୁରକ୍ଷାର ବିଫଳତା ହୋଇଥିବା ନେଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରାଯାଇଛି । ମାଲକାନଗିରି ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟରେ ୨୨ ବର୍ଷ ଧରି ଶାସକ ଦଳ ଭାବେ ଶାସନ କରୁଥିବା ବିଜୁ ଜନତା ଦଳକୁ ୨୨ଟି ପ୍ରଶ୍ନ କରିଛନ୍ତି । ଏହା ସହ ନିଜର ବର୍ତମାନର ଭବିଷ୍ୟତକୁ ନେଇ ମଧ୍ୟ ଯୁବ ମୋର୍ଚ୍ଚା ପକ୍ଷରୁ ଚିନ୍ତା ପ୍ରକଟ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରାଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ସଭାପତି ଭବାନିଶଙ୍କର ମୁଖାର୍ଜୀ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ଯୁବ ମୋର୍ଚ୍ଚାର ଅନାନ୍ୟ କର୍ମକର୍ତା ମାନେ ଉପସ୍ଥିତ ରହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରାଜ୍ୟ ସରକାରଙ୍କୁ ୨୨ ଟି ପ୍ରଶ୍ନ ପଚରା ଯାଇଥିଲା ଯଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାର କୋଟିର ମହା ଦୁର୍ନିତି ପଛରେ କିଏ ରହିଛି , ସହରାଞ୍ଚଳ ଭୂମି ହିନ ମାନଙ୍କ ପାଇଁ ଜମି ପଟ୍ଟା ବଣ୍ଟନ ସଠିକ୍ ରୂପେ ହୋଇଛି କି, ସିମା ବର୍ତୀ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ଠିକ୍ ରହିଛି କି , ଅପପୁଷ୍ଟି ଓ ଶିଶୁ ମୃତ୍ୟୁ ରୋକିବାରେ ସରକାର ବିଫଳ ହୋଇଛନ୍ତି , ରାଜ୍ୟରେ ଦାରିଦ୍ର ସିମା ରେଖା ତଳେ ଲୋକେ ରହୁଥିବା ବେଳେ ଯୁବ ପିଢିଙ୍କ ରୋଜଗାର ପାଇଁ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି , ମହିଳା ଓ ଶିଶୁ ସୁରକ୍ଷା ରୋକିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ଭଳି ଅନେକ ପ୍ରଶ୍ନ କରାଯାଇଥିଲା । ତେବେ ରାଜ୍ୟ ସରକାର ନିଜକୁ ଏକ ନମ୍ବର ସରକାର କହୁଥିବା ବେଳେ ରାଜ୍ୟର ସମସ୍ୟା ଗୁଡିକୁ ସମାଧାନ କରିବା ଦିଗରେ ଦୁଷ୍ଟି ଦେଉନଥିବାରୁ ରାଜ୍ୟରେ ଏହି ସମସ୍ୟା ମାନ ବଢୁଥିବା ସାମ୍ବାଦିକ ସମ୍ମଳିନୀରେ ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା ।

Leave A Reply

Your email address will not be published.