ବଡ଼ପଦର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବୃତ୍ତି ପରୀକ୍ଷା ଅନୁଷ୍ଠିତ

ଚିତ୍ରକୋଣ୍ଡା: ଅଦ୍ୟ ତାରିଖ-୦୮/୦୯/୨୨ରେ ବ୍ଲକ ଶିକ୍ଷାଧିକାରୀ ଶୁ ଶ୍ରୀ ଗାୟତ୍ରୀ ଦେବୀଙ୍କ ପ୍ରଚେଷ୍ଟାରେ ପ୍ରଥମ ୨୦୨୨/୨୩ରେ ସ୍ୱାଭିମାନ ଅଞ୍ଚଳର ୧୦ ଗୋଟି ପଞ୍ଚାୟତକୁ ନେଇ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବଡ଼ପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଛି l ଏଥିରେ ୧୦୦ ରୁ ଅଧିକ ଛାତ୍ର ଓ ଛାତ୍ରୀ ପରୀକ୍ଷା ଦେଇଥିଲେ l ପରୀକ୍ଷା କେନ୍ଦ୍ର ପରିଚାଳକ ଶ୍ରୀମତୀ ସବିତା ତ୍ରିପାଠୀ ଓ ଶ୍ରୀ ଶିବ କୁମାର ଦାସ କେନ୍ଦ୍ର ସୁନ୍ଦର ଭାବରେ ପରିଚାଳନ କରିଥିଲେ l ପର୍ଯ୍ୟବେକ୍ଷକ ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀ କୃପାସିନ୍ଧୁ ଅମ୍ବାଗୁଡ଼ିଆ ଥିଲେ l ବ୍ଲକ ଶିକ୍ଷାଧିକାରୀ ଶୁ ଶ୍ରୀ ଗାୟତ୍ରୀ ଦେବି ଓ କନିଷ୍ଟ କିରାଣୀ ଶ୍ରୀ ଅନନ୍ତ କୁମାର ଦୋରା ଉପସ୍ଥିତ ରହି ତଦାରଖ କରିଥିଲେ l ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଦ୍ୱାରା ପରୀକ୍ଷା କାର୍ଯ୍ୟ ସୁଚାରୁ ରୂପେ ଶେଷ ହୋଇଥିଲା l ପ୍ରଥମ ଥର ନିଜ ଅଞ୍ଚଳରେ ଛାତ୍ର ଓ ଛାତ୍ରୀ ମାନେ ପରୀକ୍ଷା ଦେଇ ବହୁତ ଖୁସି ଅନୁଭବ କରିଥିଲେ l ଅଞ୍ଚଳବାସି ଶିକ୍ଷାଧିକାରଙ୍କୁ ଧନ୍ୟବାଦ ଜ୍ଞାପନ କରଥିଲେ l

Leave A Reply

Your email address will not be published.