ସୋଆ କମ୍ୟୁନିଟି ରେଡିଓ ଦ୍ୱାରା “ପୋଷଣ ମାସ” ନିମନ୍ତେ ବିଶେଷ କାର୍ଯ୍ୟକ୍ରମ ପ୍ରସାରଣ

ଭୁବନେଶ୍ୱର, ୧୦/୯: ଭାରତ ସରକାରଙ୍କ ଆନୁକୂଲ୍ୟରେ ଆୟୋଜିତ “ପୋଷଣ ମାସ ୨୦୨୨” କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସୋଆ କମ୍ୟୁନିଟି ରେଡିଓ ୯୦.୪ ଦ୍ୱାରା ଜନସଚେତନତା ସୃଷ୍ଟି ନିମନ୍ତେ ପଦକ୍ଷେପ ନିଆଯାଉଛି ।
ସୋଆ ରେଡିଓ ୯୦.୪, ୟୁନିସେଫ ଓ କମ୍ୟୁନିଟି ରେଡିଓ ଆସୋସିଏସନର ମିଳିତ ଉଦ୍ୟମରେ ପ୍ରସାରିତ ହେଉଥିବା “ସ୍ୱାସ୍ଥ୍ୟ ଓ ସଂକଳ୍ପ” କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ର ନ୍ୟୁଟ୍ରସନିଷ୍ଟ ଡ.ପୁଷ୍ପାଞ୍ଜଳୀ ମିଶ୍ର ଯୋଗଦେଇ ଜନସାଧାରଣଙ୍କୁ ଶିଶୁ, ମହିଳା ଓ ଗର୍ଭବତୀ ମହିଳାଙ୍କର ସଠିକ୍ ପୋଷଣ, ମାତ୍ରା, ସମୟ ବ୍ୟବଧାନ ଓ ଉପଯୁକ୍ତ ପାନୀୟ ଉପରେ ଆଲୋକପାତ କରିଥିଲେ ।
ଏହାଛଡା ସଠିକ ଖାଦ୍ୟ ଦ୍ୱାରା କୁପୋଷଣରୁ କିପରି ରକ୍ଷା ମିଳିପାରିବ ସେ ବିଷୟରେ ତଥ୍ୟ ରଖିଥିଲେ ।
ସମ୍ ହସ୍ପିଟାଲର ଖାଦ୍ୟ ଓ ପାନୀୟ ପରିଚାଳକ ଶ୍ରୀ ରଂଜନ ମଲ୍ଲିକ ପୁଷ୍ଟିକର ଖାଦ୍ୟ ଯଥା ବାଜରା, ମାଣ୍ଡିଆ ଓ ଯଅ ଇତ୍ୟାଦିରୁ କିପରି ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରାଯାଇପାରିବ, ତାହାର ରୋଷେଇ ପ୍ରଣାଳୀ ଓ ଖାଦ୍ୟ ତାଲିକା ବିଷୟରେ ବିସ୍ତୃତ ତଥ୍ୟ ରଖିଥିଲେ ।
ଏହି ପୋଷଣ ମାସ ସେପ୍ଟେମ୍ବର ୧ ରୁ ୩୦ ପର୍ଯ୍ୟନ୍ତ ପାଳିତ ହେଉଛି

Leave A Reply

Your email address will not be published.