ବାଇକରୁ ଖସି ଆଇ ସି ଡି ଏସ ସୁପରଭାଇଜର ଗୁରୁତର

ଫୁଲବାଣୀ -୧୦/୦୯ ଅସାବଧାନତା ବଶତଃ ଚଳନ୍ତା ବାଇକ ରୁ ଖସିପଡି ଆଇ ସି ଡ଼ିଏସ ସୁପରଭାଇଜର ଗୁରୁତର ଆହତ ହୋଇଛନ୍ତି l ଗୁରୁତର ଆହତ ହୋଇଥିବା ସୁପରଭାଇଜର ଜଣଙ୍କ ଖଜୁରୀପଡା ବ୍ଲକର ଶୁଭଲକ୍ଷ୍ମୀ ପାଣିଗ୍ରାହୀ l ଶୁଭଲକ୍ଷ୍ମୀଙ୍କ ମୁଣ୍ଡ ଓ ଶରୀରର କେତକ ସ୍ଥାନରେ ଆଘାତ ଲାଗିଛି l ସେ ଶୁକ୍ରବାର ରାତିରେ ଡିଉଟି ସାରି ବାଇକରେ ତାଙ୍କ ଗ୍ରାମ କୁ ଯାଉଥିବାବେଳେ ରତଙ୍ଗ ନିକଟ ଡଙ୍ଗରପଡାଠାରେ ଅସାବଧାନତା ବଶତଃ ହମ୍ପସ ନିକଟରେ ବାଇକରୁ ଖସିପଡିଥିଲେ l ଖବରପାଇ ସିଡିପିଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ଅନ୍ୟାନ୍ୟ ଷ୍ଟାଫ ପହଞ୍ଚି ଉଦ୍ଧାର କରି ପ୍ରଥମେ ଫିରିଙ୍ଗିଆ ପରେ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ l ଅଵସ୍ଥା ଗୁରୁତର ଥିବାରୁ ତାଙ୍କୁ ସମ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି l

Leave A Reply

Your email address will not be published.