ଅସହାୟ ରାଜେନ୍ଦ୍ରଙ୍କୁ ଆବାସ ଯୋଜନାରେ ଘର ମିଳିବ କେବେ ?

ଫୁଲବାଣୀ ୧୦/୦୯ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ଆଲାମି ପଞ୍ଚାୟତ ଅନ୍ତର୍ଗତ ସାଇନିପଦର ଗ୍ରାମର ରାଜେନ୍ଦ୍ର ଡିଗାଲ l ବୟସ ଷାଠିଏ ଟପିଲାଣି l ଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହିଛନ୍ତି l ବର୍ଷା ହେଲେ ଘରେ ପାଣି ପଶୁଛି l କେତେବେଳେ ଯେ ଘର ଭୁଶୁଡି ପଡିବ କହିହେବନି l ପ୍ରଧାନମନ୍ତ୍ରୀ ଆବାସ ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ ସରପଞ୍ଚଠୁ ଆରମ୍ଭ କରି ଜିଲାପାଳ ପର୍ଯ୍ୟନ୍ତ ଗୁହାରି କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନି l ସରକାରଙ୍କ ଏସ ଇ ବି ସି ତାଲିକାରେ ବି ରାଜେନ୍ଦ୍ରଙ୍କ ନାଁ ରହିଛି l ସେହିପରି ବିଧାୟକ ମଧ୍ୟ ରାଜେନ୍ଦ୍ରଙ୍କ ପାଇଁ ସୁପାରିଶ କରିଥିଲେ l ତଥାପି ଘର ଖଣ୍ଡିଏ ମିଳିନି ଏଯାଏଁ l ଏଣୁ ଅସହାୟ ରାଜେନ୍ଦ୍ରଙ୍କୁ ତୁରନ୍ତ ଘର ଖଣ୍ଡିଏ ଯୋଗାଇଦେଲେ ବାକି ଜୀବନ ଅନ୍ତତଃ ସୁଖରେ କଟନ୍ତା ବୋଲି ରାଜେନ୍ଦ୍ର କହିଛନ୍ତିl ଫୁଲବାଣୀ ବିଡ଼ିଓ ଏଥିପ୍ରତି ଦ୍ରୁଷ୍ଟି ଦେବାକୁ ଦାବି ହେଉଛି l

Leave A Reply

Your email address will not be published.