ଗନ୍ଧମାର୍ଦ୍ଦନର ପାଇକମାଳ ମନଭଙ୍ଗ ଅଞ୍ଚଳରେ ଇକୋ ଟୁରିୟମ ଦାବି

ବରଗଡ: ବରଗଡ଼ ଜିଲ୍ଲାର ନୃସିଂହନାଥ ପର୍ଯ୍ୟଟନ କ୍ଷେତ୍ର ଠାରୁ ମାତ୍ର ୬ କିମି ରାସ୍ତା। ପାଇକମାଳ ଠାରୁ ମନଭଙ୍ଗ ଗାଁ କୁ ଗଲେ କୁଢେରଫସା ଗାଁ ଓ ମନଭଙ୍ଗ ଗାଁ ମଝିରେ ଏକ ଡେମ ରହିଛି ଯାହା ଗନ୍ଧମାର୍ଦ୍ଦନର ଚିରସ୍ରୋତା ଝରଣାକୁ ବନ୍ଧ ବନ୍ଧା ଯାଇଛି। ଏହାକୁ ମନଭଙ୍ଗ ଡେମ୍ ବୋଲି କୁହାଯାଏ। ଉକ୍ତ ସ୍ଥାନକୁ ପାଇକମାଳରୁ ପକ୍କା ରାସ୍ତା ରହିଛି । ସେହି ଡେମକୁ ପହଞ୍ଚି ଗଲେ ଉକ୍ତ ମନୋରମ ଦୃଶ୍ୟ ଦେଖିବାକୁ ମିଳେ। ଅତି ଶାନ୍ତି ଆନନ୍ଦ ଦାୟକ ପରିବେଶ। ତିନୋଟି ପର୍ବତ ବାମ- ଖର୍ସେଲ + ଡାହାଣ ବିଛିନି ଓ ମଝି ତାଲକୁ ଏକାଠି ଦେଖିବାକୁ ମିଳେ। ଉକ୍ତ ପର୍ବତର ଉପରକୁ ଉଠିଲେ ମାଆ ଦୂର୍ଗେଇଦେବୀଙ୍କ ପ୍ରାଚୀନ ପୀଠ ରହିଛି। ଉପରେ ତାଲ ପର୍ବତ ସେଠାରେ ତାଲ ପର୍ବତରୁ ତାଲ ଝରନ ବା ଝରଣା ତଳକୁ ବସିଛି। ତାଲ ନାମରେ ସେଠାରେ ଏକ ବଡ଼ ଜଳପ୍ରପାତ ମଧ୍ୟ ରହିଛି। ଏଭଳି ଏକ ପ୍ରାକୃତିକ ପରିବେଶକୁ ସରକାର ଇକୋ ଟୁରିୟମରେ ସାମିଲ କରିବା ପାଇଁ ମନଭଙ୍ଗ ଗ୍ରାମବାସୀ ଦାବି କରନ୍ତି।

Leave A Reply

Your email address will not be published.