ଅନୁପମା ଘୋଷ ହେଲେ ଖଜୁରୀପଡା ବିଡ଼ିଓ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକର ନୂତନ ବିଡ଼ିଓ ଭାବେ ଅନୁପମା ଘୋଷ ଦାଇତ୍ୱ ଗ୍ରହଣ କରିଛନ୍ତି l ଏଥି ପୂର୍ବରୁ ଥିବା ବିଡ଼ିଓ ରବୀନ୍ଦ୍ର ନାଥ କହଁରଙ୍କୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିଡ଼ିଓ ଭାବେ ବଦଳି କରାଯାଇଛି l ନୂତନ ବିଡ଼ିଓ ଅନୁପମା ଘୋଷଙ୍କୁ ବ୍ଲକ କର୍ମଚାରୀ ମାନେ ସ୍ଵାଗତ ସମ୍ବର୍ଧନା ଜଣାଇଥିଲେ l ନୂତନ ବିଡ଼ିଓ ଘୋଷ ବ୍ଲକ ଅଞ୍ଚଳର ଜନସାଧାରଣଙ୍କ ଉନ୍ନତି ପାଇଁ ସର୍ବଦା ଚେଷ୍ଟା କରିବେ ବୋଲି କହିଛନ୍ତି l ଏଥି ପୂର୍ବରୁ ଘୋଷ ବିଭିନ୍ନ ବ୍ଲକରେ ବେଶ ଦକ୍ଷତାର ସହ କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି l

Leave A Reply

Your email address will not be published.