ମନମୁଣ୍ଡା ପୋଲିସକୁ ବଡ ଧରଣର ସଫଳତା, ୬୪୦ ବୋତଲ କଫ ସିରଫ ଜବତ, ଜଣେ ଗିରଫ

ମନମୁଣ୍ଡା ୧୧/୧୦: ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ମନମୁଣ୍ଡା NH ୫୭ ତେଳନଦୀ ପାର୍ଶ୍ବ ଗାନ୍ଧୀ ଛକଠାରେ ଆଜି ସକାଳ ୧୧ ଘଣ୍ଟା ସମୟରେ ଗାଡି ମଟର ଯାଞ୍ଚ କରୁଥିବା ସମୟରେ ବୌଦ୍ଧ ପଟରୁ ଆସୁଥିବା ଏକ ଧଳା ରଙ୍ଗର ସୁଇପ୍ଟ ଡିଜାର କାର ପୋଲିସକୁ ଦେଖି ଚମ୍ପଟ ମାରୁଥିବା ବେଳେ ପୋଲିସ ଉକ୍ତ ଗାଡିକୁ ପିଛା କରି ଅଟକାଇ ଥିଲା। ଗାଡି ଟିକୁ ତନାଖି କରିବାରୁ ବିପୁଳ ପରିମାଣରେ କଫ ସିରଫ ଓ ଟେବ୍ଲେଟ ଥିଲା । ପୋଲିସ କଫ ସିରଫର କାଗଜପତ୍ର ମାଗିବାରୁ ଗାଡିରେ ଥିବା ବଲାଙ୍ଗୀର ଜିଲ୍ଲା ମାଲପଡାର ଜଗବନ୍ଧୁ ମେହେର [୩୩] ଦେଇପାରି ନଥିଲେ । ତେବେ କଫ ସିରଫ ଗୁଡିକ ବେଆଇନ ଭାବରେ ଚାଲାଣ କରୁଥିବାରୁ ମନମୁଣ୍ଡା ପୋଲିସ ତରଫରୁ କେସ୍ ନଂ ୧୬୮୵୨୨ Act ୨୭୩,୨୭୪,୨୭୫ରେ ମାମଲା ରୁଜୁ କରି କଫ ସିରଫ ଗାଡିକୁ ଜବତ କରିବା ସମେତ ଜଗବନ୍ଧୁ ମେହେରଙ୍କୁ କୋଟ ଚାଲାଣ କରିଥିବା ନେଇ ବୌଦ୍ଧ ଉପଖଣ୍ଡ ପୋଲିସ ଅଧିକାରୀ ଆନନ୍ଦ ବର୍ଦ୍ଧନ ଗୁରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.