ଝିଅ ଜୀବିତ ଥିବା ଜିଦରେ ବାପା; ଉଚ୍ଚତର ଚିକିତ୍ସା ଦାବି କରି ଛାଡ଼ିଲେନି ମୃତଦେହ

ଖୁଣ୍ଟା – ଛାତ୍ରୀବାସରେ ଅସୁସ୍ଥ ହେଲେ ନାବାଳିକା ଛାତ୍ରୀ । ଚିକିତ୍ସା ପାଇଁ ଡାକ୍ତରଖାନା ଅଣାଯାଇଥିଲେ ମଧ୍ୟ ଡାକ୍ତର ମୃତ ବୋଲି ଘୋଷଣା ମଧ୍ୟ କଲେ । ମାତ୍ର ଝିଅର ମୃତ୍ୟୁବରଣ କରିଥିବା ଘଟଣାକୁ ସହଯୋରେ ଗ୍ରହଣ କରିପାରିଲେ ନାହିଁ ବାପା । ଏବଂ ମରଶରୀର ବ୍ୟବଚ୍ଛେଦ କରାଇବା ପରିବର୍ତ୍ତେ ଝିଅର ଉଚ୍ଚତର ଚିକିତ୍ସା ଦାବି କରି ମୃତଦେହ ଧରି ଜିଦରେ ଅଡ଼ି ବସିଲେ ଚିକିତ୍ସା କେନ୍ଦ୍ରରେ । ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଳକ ଅଧିନ ଡୁକୁରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣ ୧୩ ବର୍ଷୀୟା ନାବାଳିକା ଛାତ୍ରୀଙ୍କର ଅସ୍ଵାଭାବିକ ମୃତ୍ୟୁକୁ ନେଇ ଘଟିଥିଲା ଏଭଳି ହୃଦୟସ୍ପର୍ଶୀ ଓ କରୁଣଦୃଶ୍ୟ । ସୂଚନା ଅନୁଯାୟୀ , ବଡ଼ସାହି ଥାନା ଅଧିନ ସିଙ୍ଗଟିଅ ଗ୍ରାମର ନିଳକଣ୍ଠ ପାତ୍ରଙ୍କ ଝିଅ ଅଞ୍ଜଳି | ଉକ୍ତ ବ୍ଲକସ୍ଥିତ ବିରେଶ୍ଵରପୁର ଆଦିବାସୀ ବାଳିକା ଛାତ୍ରୀ ନିବାସରେ ରହି ୮ମ ଶ୍ରେଣୀ ପାଠ ପଢ଼ନ୍ତି । ରବିବାର ଦିନ ମଧ୍ୟାହ୍ନ ଭୋଜନ ଖାଇ ସାରିବାର କିଛି ସମୟ ପରେ ଅଞ୍ଜଳି ବାନ୍ତି କରିବା ସହ ଅସୁସ୍ଥ ହୋଇ ପଡ଼ିଥିଲେ । ଛାତ୍ରୀବାସ ଦାଇତ୍ଵରେ ଥିବା ମେଟ୍ରୋନ ଓ ଅନ୍ୟ କର୍ମଚାରୀ ମାନେ ଅପରାହ୍ନରେ ଅଞ୍ଜଳିଙ୍କୁ ଗୁରୁତର ଅବସ୍ଥାରେ ଖୁଣ୍ଟା ଥାନା ଅଧିନସ୍ଥ ଡ଼ୁକୁରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ପରବର୍ତ୍ତୀ ସମୟରେ ମୃତ ଛାତ୍ରୀଙ୍କ ବାପା ଚିକିତ୍ସା କେନ୍ଦ୍ରରେ ପହଞ୍ଚିଥିଲେ । ଏବଂ ଝିଅର ମୃତ୍ୟୁ ଘଟିଥିବା ଘଟଣାକୁ ସହଜରେ ଗ୍ରହଣ କରି ପାରି ନଥିଲେ ଏବଂ ଝିଅର ଉଚ୍ଚତର ଚିକିତ୍ସା ପାଇଁ ବାରିପଦା ସ୍ଥିତ ପିଆରଏମ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରିବା ପାଇଁ ମରଶରୀରକୁ ଧରି ଜିଦ୍ରେ ଅଡ଼ିବସିଥିଲେ ଚିକିତ୍ସା କେନ୍ଦ୍ରରେ । ଘଟଣା ସଂମ୍ପର୍କରେ ପୋଲିସ ସୁଚନା ପାଇ ମରଶରୀରଟିର ବ୍ୟବଚ୍ଛେଦ ପାଇଁ ପଠାଇବା ନିମନ୍ତେ ଚିକିତ୍ସା କେନ୍ଦ୍ରରେ ପହଞ୍ଚିଥିଲେ ମଧ୍ୟ ବାପ, ଝିଅର ମୃତଦେହଟିକୁ ବ୍ୟବଚ୍ଛେଦ ପାଇଁ ଦେଇନଥିଲେ । ଏବଂ ସେ ଜୀବିତ ଥିବା ଦାବି କରିଥିଲେ । ଦୀର୍ଘ ସମୟ ଧରି ଖୁଣ୍ଟା ଓ ବଡ଼ସାହି ପୋଲିସ ବାପାଙ୍କୁ ଝିଅ ମୃତ୍ୟୁବରଣ କରିଥିବା ନେଇ ବୁଝାସୁଝା କରିଥିଲେ ମଧ୍ୟ ସେ ମାନିବାକୁ ନାରାଜ ଥିଲେ । ଘଟଣା ଘଟିବାର ପ୍ରାୟ ୪ ଘଣ୍ଟା ପରେ ସଂଧ୍ୟା ୭ଟା ସମୟରେ ବାପ ଝିଅର ମୃତଶରୀରର ବ୍ୟବଚ୍ଛେଦ କରାଇବା ପାଇଁ ରାଜି ହୋଇଥିଲେ । ଏବଂ ଝିଅର ମୃତ୍ୟୁ ପାଇଁ ହଷ୍ଟେଲ କତ୍ତୃପକ୍ଷଙ୍କୁ ଦାୟୀ କରିଥିଲେ ।

Leave A Reply

Your email address will not be published.