ପ୍ରସ୍ଥାବିତ ଡାଲମିୟା ସିମେଣ୍ଟ କମ୍ପାନୀକୁ ଆଦିବାସୀଙ୍କ ବିରୋଧ

କତାମାଟରୁ ଗ୍ରାମରେ ପ୍ରଜାମେଳି

ମାଲକାନଗିରି ୧୨/୦୯ , ମାଲକାନଗିରି ଜିଲ୍ଲା ମାଟାପାକା ପଞ୍ଚାୟତ ଅନ୍ତର୍ଗତ କତାମାଟେରୁ ଗାଁରେ ପ୍ରସ୍ତାବିତ ଡାଲମିଆ ସିମେଣ୍ଟ କମ୍ପାନିକୁ ପୁଣି ଥରେ ଆଦିବାସିମାନେ ବିରୋଧ ଆରମ୍ଭ କରିଦେଇଛନ୍ତି। ପୁର୍ବରୁ ଗ୍ରାମ ସଭା ଓ କମ୍ପାନିର ଜନ ଶୁଣାଣିରେ ଆଦିବାସି ଲୋକେ ସିମେଣ୍ଟ କମ୍ପାନିକୁ ବିରୋଧ କରିଥିବାବେଳେ ଜିଲ୍ଲା ପ୍ରାଶାନ ଓ କମ୍ପାନି ପକ୍ଷରୁ ଆଦିବାସି ଲୋକଙ୍କୁ ବୁଝାସୁଝା କରାଯାଇ ପ୍ରାଥମିକ ସ୍ଥରରେ ପଥର ଖନନ ପ୍ରକ୍ରିୟା ଆରମ୍ଭ ହେଉଥିଲା ।
ହେଲେ କମ୍ପାନି ହେବା ଦ୍ବାରା ଆମର କିଛି ଲାଭ ହେବ ନାହିଁ କହି ଆଦିବାସି ଲୋକେ ପୁଣି ମେଳି କରିଛନ୍ତି । ଆଦିବାସି ପିଲାଙ୍କ ଶିକ୍ଷାଗତ ଯୋଗ୍ୟତା କମ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲା କମ୍ପାନିରେ ଚାକିରି ପାଇବେ ନାହିଁ କେବଳ କିଛି ଶ୍ରମିକ ଶ୍ରେଣୀର ଲୋକମାନଙ୍କୁ ଏଥିରେ କାମ ମିଳି ପାରେ । ଏପରି ଆଶଙ୍କା କରି ଆଦିବାସି ଲୋକେ ଏଠାରେ ଆଉ ସିମେଣ୍ଟ କମ୍ପାନି କରିବାକୁ ଦେବେ ନାହିଁ ବୋଲି ଧମକ ଦେଇଛନ୍ତି । ମାଟାପେକା ପଞ୍ଚାୟତର ଆଖ ପାଖ ୧୦ ଖଣ୍ଡ ଗାଁର ଆଦିବାସି ଲୋକେ ଏକତ୍ରିତ ହୋଇ କତା ମାଟେରୁ ଗ୍ରାମ ମୁଣ୍ଡ ଆମ୍ବତୋଟାରେ ଏକ ବିରାଟ ମେଳି କରିବା ସହ କମ୍ପାନି ଲୋକେ ଗାଁକୁ ଆସିଲେ ସେମାନଙ୍କୁ ଗାଁ ଭିତରକୁ ପୁରାଇ ଦିଆଯିବ ନାହିଁ ବୋଲି କହିଛନ୍ତି । ମାଟାପକା, କତାମାଟେରୁ, ନାମକୋଣ୍ଡା, ଆକାରପାଲି, ମାଟେରୁ, କମଳାପଦର୍ ଇତ୍ୟାଦି ଗ୍ରାମର ଗ୍ରାମବାସୀମାନେ ଏକତ୍ରୀତ ହୋଇଥିଲେ ।

Leave A Reply

Your email address will not be published.