ଓଡିଶା ହକି ଚାମ୍ପିଅନସିପ ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ କନ୍ଧମାଳ ଟିମର ଭୁବନେଶ୍ୱର ଗସ୍ତ

ଫୁଲବାଣୀ -୧୨/୦୯ ସୋମବାର କନ୍ଧମାଳ ଜ଼ିଲ୍ଲାର ପୁରୁଷ ହକି ଟିମ ଓଡିଶା ହକି ଚାମ୍ପିଅନସିପ ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ନକୁଳ ପ୍ରଧାନଙ୍କ ନେତୃତ୍ୱରେ ୧୬ଜଣ ସଦ୍ୟସ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି l କୋଚ ଭାବରେ ସାମନ୍ତ ବିଶୋଇ ଓ ମ୍ୟାନେଜେର ଭାବରେ ସିଦ୍ଧାନ୍ତ କୁମାର ପ୍ରଧାନ ଦଳ ସହ ଯାତ୍ରା କରିଛନ୍ତିl ଜ଼ିଲ୍ଲା କ୍ରୀଡ଼ା ଅଧିକାରୀ ଜିତେନ୍ଦ୍ର କୁମାର ମହାକୁଡ଼, ଆଶାରାମ ହାଁସଦା ଧନୁତିର ପ୍ରଶିକ୍ଷକ, ଫୂଟବଲ ପ୍ରଶିକ୍ଷକ ଯୋଶପାଲ ଉର୍ମା, ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଖେଳାଳିମାନଙ୍କୁ ପ୍ରତିଯୋଗୀତାରେ ଭଲ ଖେଳି ଚାମ୍ପିଅନ ହେବା ପାଇଁ ଉଚ୍ଛାହିତ କରିଥିଲେ l

Leave A Reply

Your email address will not be published.