ରୋଟାରୀ କ୍ଲବ ପକ୍ଷରୁ ଖୁଣ୍ଟା ବ୍ଳକରେ ହୃଦରୋଗ ଚିହ୍ନଟ ଶିବିର

ଖୁଣ୍ଟା – ମୟୁରଭଞ୍ଜ ଜିଲ୍ଲାର ବହୁଳ ଆଦିବାସୀ ବ୍ଲକ ଭାବେ ପରିଚିତ ଖୁଣ୍ଟା ବ୍ଳକ ଅଧିନ ବଡପଥରା ପଞ୍ଚାୟତ ଠାରେ ରୋଟାରୀ କ୍ଲବ , ବାରିପାଦା ଏବଂ ଆପୋଲ ହସ୍ପିଟାଲ ମିଳିତ ଆନୁକୁଲ୍ୟରେ ମାଗଣା ହୃଦରୋଗ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି ।

ଇତି ଅବସରରେ ବଡ଼ପଥରା ଗ୍ରାମସ୍ଥିତ ଗ୍ରାମବିକାଶ ଗୃହ ରେ ରୋଟାରୀ କ୍ଲବର ସଭାପତି ରାକେଶ ସିଂଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ଆପୋଲ ଚିକିତ୍ସା କେନ୍ଦ୍ରର ହୃହରୋଗ ବିଶେଷଜ୍ଞ ଡାଃ. ସମ୍ୟ ମଙ୍ଗରାଜ ଓ ରୋଟାରୀ କ୍ଲବର ପୂର୍ବତନ ସଭାପତି ତଥା ପ୍ରକଳ୍ପ ଅଧ୍ୟକ୍ଷ ପ୍ରଶାନ୍ତ ଜେନା ପ୍ରମୁଖ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ । ଏବେ ସମାଜରେ ହୃଦରୋଗ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି । ବିଳାଶପୁର୍ଣ୍ଣ ଜୀବନ ଶୌଳି ସାଙ୍ଗକୁ ,ମାଦକ ଦ୍ରବ୍ୟ, ଧୃମପାନ ଓ ଅତ୍ୟାଧିକ ଚର୍ବୀ ଯାତିୟ ଖାଦ୍ୟ ଏହି ରୋଗର ପ୍ରମୁଖ କାରଣ ହୋଇଥିବା ବେଳେ ଜୀବନ ଶୌଳିରେ ପରିବର୍ତ୍ତନ ହିଁ ହୃଦଘାତ ରୋକିବାରେ ସହାୟକ ହୋଇପାରିବ ବୋଲି ଅତିଥିଗଣ ଜନସାଧାରଣଙ୍କୁ ସଚେତନ କରାଇଥିଲେ ।

ଇତି ଅବସରରେ ଭୁବନେଶ୍ଵର ସ୍ଥିତ ଆପୋଲ ଚିକିତ୍ସା କେନ୍ଦ୍ରରୁ ଆସିଥିବା ହୃଦରୋଗ ବିଶେଷଜ୍ଞ ଡା. ସମ୍ୟ ମଙ୍ଗରାଜ, ଡା. ଅନୁପମ ପାଢ଼ୀଙ୍କ ସମେତ ଆନନ୍ଦ ପ୍ରସାଦ, ଦିବ୍ୟ ଜ୍ୟୋତି ତ୍ରିପାଠୀ ,ଶିବ ପ୍ରଶାଦ ବେହେରା , ସୁବ୍ରତ ପ୍ରଧାନଙ୍କ ସମେତ ଦୀପକ ସେଠୀ ପ୍ରମୁଖ ଯୋଗ ଦେଇ ସ୍ୱାସ୍ଥ୍ୟ ପରିକ୍ଷା କରାଇଥିଲେ । ଏହି ଶିବିରରେ ବ୍ଳକ ଅଧିନର ବିଭିନ୍ନ ପଞ୍ଚାୟତ ରୁ ୧୩୪ ଜଣ ନାମ ପଞ୍ଜିକୃତ କରାଇଥିଲେ । ଏବଂ ସେମାନଙ୍କର ମଧୁମେୟ , ଉଚ୍ଚ ରକ୍ତଚାପ , ସମେତ ଇସଜି ଆଦି ପରିକ୍ଷା ସଂପୂର୍ଣ୍ଣ ମାଗଣାରେ କରାଯାଇଥିଲା । ସେ ମଧ୍ୟରୁ ୨୨ ଜଣଙ୍କ ଠାରେ ହୃଦୟଜନୀତ ସମସ୍ୟା ଥିବା ଚିହ୍ନଟ ହୋଇଥିବା ବେଳେ ସେମାନଙ୍କୁ ବିଶେଷଜ୍ଞ ମାନେ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ । ଏବଂ ଚିହ୍ନଟ ରୋଗୀମାନେ କିଭଳି ସ୍ୱଳ୍ପ ମୂଲ୍ୟରେ ଚିକିତ୍ସିତ ହୋଇ ଆରୋଗ୍ୟ ଲାଭ ହୋଇ ପାରିବେ ସେଥିନିମନ୍ତେ ଆଗାମୀ ଦିନରେ ରୋଟାରୀ କ୍ଲବ ସହାୟତା ପ୍ରଦାନ କରିବ ବୋଲି କ୍ଲବର ସଭାପତି ଶ୍ରୀ ସିଂ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.