ଦାଦନ ଶ୍ରମିକ ସମସ୍ୟା ଓ ସମାଧାନ ନେଇ ଆଲୋଚନା

ଫୁଲବାଣୀ -୧୪/୦୯ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଛି l ଲୋକେ ଗାଁ ଛାଡି କାମ ଧନ୍ଦା ଅନ୍ୱେଷଣରେ ରାଜ୍ୟ ବାହାରକୁ ଚାଲିଯାଉଛନ୍ତି l ତେବେ ସେମାନଙ୍କୁ ସାହାଯ୍ୟ ସହଯୋଗ କରିବା ସହ ତଥ୍ୟ ସଂଗ୍ରହ ପାଇଁ ସରକାର କିମ୍ବା ପ୍ରଶାସନ ପକ୍ଷରୁ କୋୖଣସି ଉଦ୍ୟମ କରାଯାଉନଥିବାରୁ ଏବେ ଜିଲ୍ଲାର ତୁମୁଡିବନ୍ଧ ଅଞ୍ଚଳର ଏକ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ଓ ସି ଆଇ ପକ୍ଷରୁ ଫୁଲବାଣୀ ଆଇଟିଡିଏ ସମ୍ମିଳନୀ କକ୍ଷରେ ମାଇଗ୍ରାଣ୍ଟ ଆୱାରନେସ ଏଣ୍ଡ ଇନଫରମେସନ ନେଟୱାର୍କ କର୍ମଶାଳା ଅନୁଷ୍ଠିତ ହୋଇଥିଲା l ଏଥିରେ ଓ ସି ଆଇ ମୁଖ୍ୟ ଫାଦେର ବ୍ଳାସିୟସ ଏକ୍କା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ସର୍ବିଶେଷ ତଥ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଶ୍ରମ ଅଧିକାରୀ ଶୁଭଦର୍ଶିନୀ ନାୟକ, ବରିଷ୍ଠ ଆଇନଜୀବୀ ବିଜୟ ପଟନାୟକ, ବରିଷ୍ଠ ସାମ୍ବାଦିକ ତଥା ମିଳିତ ନାଗରିକ ମଞ୍ଚ ସଭାପତି ଡ଼ଃ. ଅରୂପ ଜେନା ଓ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ପ୍ରମୁଖ ଯୋଗ ଦେଇ କନ୍ଧମାଳ ଜିଲ୍ଲାରେ କାମ ଧନ୍ଦା ଅଭାବରୁ ହଜାର ହଜାର ସଂଖ୍ୟାରେ ଦାଦନ ରାଜ୍ୟ ବାହାରକୁ ଯାଉଥିଲେ ବି ପ୍ରଶାସନ ନିକଟରେ କୌଣସି ତଥ୍ୟ ନାହିଁ କିମ୍ବା ସେମାନେ କୌଣସି ପଞ୍ଜିକୃତ ଠିକାଦାରଙ୍କ ମାଧ୍ୟମରେ ଯାଉନାହାନ୍ତି l ଶ୍ରମ ବିଭାଗକୁ ନ ଜଣାଇ ନିଜସ୍ୱ ଇଚ୍ଛାରେ ଚାଲିଯାଉଛନ୍ତି, ଫଳରେ ସେଠାରେ କିଛି ସମସ୍ୟା ହେଲେ ସେମାନଙ୍କ ପରିବାର ଆର୍ଥିକ ସହାୟତା ପାଇପାରୁନାହାନ୍ତି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ l ସେହିପରି ପଞ୍ଚାୟତ ଓ ବ୍ଲକସ୍ତରରେ ସଚେତନ କରିବା ଜରୁରୀ ବୋଲି କହିଥିଲେ l ଗ୍ରାମାଞ୍ଚଳସ୍ତରରୁ ଅନ୍ୟ ରାଜ୍ୟକୁ ଚାଲିଯାଉଥିବା ଶ୍ରମିକମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ଓ ସଚେତନ ପାଇଁ ସାମାଜିକ କର୍ମୀ, ଲୋକ ପ୍ରତିନିଧି, ସ୍ଵେଚ୍ଛାସେବୀ ସଂଗଠନ, ଗଣମାଧ୍ୟମ ପ୍ରତିନିଧି, ପିଏଜିରୁ ବଛା ବଛା ଆଗ୍ରହୀ ସଦସ୍ୟ ସଦସ୍ୟାମାନଙ୍କୁ ନେଇ ଏକ କୋର କମିଟି ଗଠନ କରିବା ଲାଗି ନିଷ୍ପତି ହୋଇଥିଲା l ସେହିପରି ଅନ୍ୟମାନଙ୍କ ମଧ୍ୟରେ ସ୍ଵାତି ସମ୍ପାଦକ ତଥା ପି ଏ ଜି ଆବାହକ ଇଂ. ହରିଶଙ୍କର ରାଉତ, ଶାନ୍ତି ଓ ମୈତ୍ରୀ ମୁଖ୍ୟ ଭଗବାନ ଜେନା, ସାହାରା ଅନୁଷ୍ଠାନ ମୁଖ୍ୟ ସୁକାନ୍ତ ନାୟକ, ହାଇ ହୋପ ମୁଖ୍ୟ ପରିଚାଳକ ଲିଙ୍ଗରାଜ ପ୍ରଧାନ, ସମାଜସେବୀ ଅଶୋକ ପରିଡା, ଓ ସି ଆଇର ସଂଯୋଜକ ଉଲ୍ଲାସ ମୁଦୁଲି, ଅଶୋକ ପ୍ରଧାନ ପ୍ରମୁଖଙ୍କ ସମେତ ବହୁ ସ୍ଵେଚ୍ଛାସେବୀ ସଂଗଠନ କର୍ମକର୍ତ୍ତାମାନେ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିଲେ l ଅତିଶୀଘ୍ର କୋର କମିଟି ଗଠନ କରାଯାଇ କାର୍ଯ୍ୟ ଆରମ୍ଭ ହେବ ବୋଲି ଓ ସି ଆଇ ମୁଖ୍ୟ ଫାଦେର ଏକ୍କା କହିଛନ୍ତି l କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତଙ୍କ ଅlନ୍ତରୀକ ସହଯୋଗ କାମନା କରିଛନ୍ତି ଏକ୍କା l

Leave A Reply

Your email address will not be published.