ବିଧାନସଭା ସଦାଚାର କମିଟି ସଦସ୍ୟଙ୍କ ମାଲକାନଗିରି ଗସ୍ତ: ଜିଲ୍ଲାର ଉନ୍ନୟନ କାର୍ଯ୍ୟକୁ ନେଇ କମିଟିର ପ୍ରଶଂସା

ମାଲକାନଗିରି- ଆଜି ତା ୧୪/୦୯/୨୦୨୨ରିଖ, ରାଜ୍ୟ ସରକାରଙ୍କ ବିଧାନସଭା ସଦାଚାର କମିଟି ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତ କରି ଜିଲ୍ଲାର ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ କିପରି ସହଯୋଗ ରଖାଯାଇ ଜନସାଧରଣଙ୍କ ସମସ୍ୟାର ସମାଧାନ କରାଯାଇ ପାରିବ ସେ ସମ୍ପର୍କରେ ସମୀକ୍ଷା କରାଯାଇଛି I ବିଧାନସଭା ସଦାଚାର କମିଟିର ସଭାପତି ବିଧାୟକ ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଆସିଥିବା କମିଟି ,ବିଧାନସଭା ପ୍ରଣୀତ ବୁକ ସର୍କୁଲାର-୪୭ ବିଷୟରେ ଜିଲ୍ଲାର ଅଧିକାରୀମାନଙ୍କ ସହିତ ଏବଂ ଉପସ୍ଥିତ ପି.ଆର.ଆଇ ମେମ୍ବର ସହିତ ଆଲୋଚନା କରିଥିଲେ I ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟ ବହୁତ ସୁନ୍ଦର ଭାବରେ ସମ୍ପାଦନ ହେଉଛି ବୋଲି ସମସ୍ତ ଅଧିକାରୀଙ୍କୁ ବିଧାନସଭା ସଦାଚାର କମିଟି ପ୍ରଶଂସା କରିଥିଲେ I ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ସମାରି ତାଙ୍ଗୁଲୁ, ଚିତ୍ରକୋଣ୍ଡା ବିଧାୟକ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ବାକା କମିଟିର ସଦସ୍ୟଙ୍କ ମଧ୍ୟରେ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ, ଶ୍ରୀଯୁକ୍ତ ପ୍ରୀତମ ପାଢୀ, ଶ୍ରୀଯୁକ୍ତ ଅଙ୍ଗଦ କହଁର , ଶ୍ରୀଯୁକ୍ତ ଦାଶରଥୀ ଗମାଙ୍ଗ, ପ୍ରମୁଖ ଯୋଗ ଦେଇଥିଲେ I ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ନିତେଶ ୱାଧ୍ବାନୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ବର ଚନ୍ଦ୍ର ନାଏକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-କାର୍ଯ୍ୟ ନିର୍ବାହୀ ଅଧିକାରୀ, ଶ୍ରୀ ବାଲ ମୁକୁନ୍ଦ ଭୂୟାଁ, ଉପଜିଲ୍ଲାପାଳ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ସମେତ ଜିଲ୍ଲାର ସମସ୍ତ ଅଧିକାରୀଗଣ ଏହି ବୈଠକରେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.