ଡମ୍ଫର ଧକ୍କାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ, ପ୍ରତିଶୃତି ପରେ ରାସ୍ତା ଅବରୋଧ ହଟିଲା

ଫୁଲବାଣୀ ୧୫/୦୯ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫୁଲବାଣୀ ବାଲିଗୁଡା ମୁଖ୍ୟା ରାସ୍ତାର ବନ୍ଧଗଡ ଗାଁ ନିକଟରେ ହୋଇଥିବା ଡମ୍ଫର ଓଟୋ ଦୁର୍ଘଟଣାରେ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ଯୁବକଙ୍କ ମୃତ୍ୟୁ ପରେ ଉତ୍ୟକ୍ତ ଲୋକେ ଶବ ରଖି ଵିଳମ୍ବିତ ରାତି ଯାଏ ଫୁଲବାଣୀ -ବାଲିଗୁଡା ରାସ୍ତାର କୁଟିବାରି ଛକରେ ରାସ୍ତା ଅବରୋଧ କରିଥିଲେ l ଖବର ପାଇ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ, ଏସଡିପିଓ ସୁ ପ୍ରସନ୍ନ ମଲ୍ଲିକ, ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତ, ତହସିଲଦାର ଏମ. ଅନୁରାଧା ପ୍ରମୁଖ ପହଞ୍ଚି କ୍ଷତିପୂରଣ ରାଶି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା l ମୃତ ଯୁବକ ଜଣଙ୍କ ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ କୁବାଡି ଗାଁର ଶାନ୍ତିପନି ପ୍ରଧାନ l ସୂଚନାଯୋଗ୍ୟ ଯେ, ଗତ୨୬ ତାରିଖ ଦିନ ଦ୍ରୁତ ଗତିରେ ଅସୁଥୁବା ଏଆରଏସଏସ ଠିକା ସଂସ୍ଥାର ଏକ ଡମ୍ଫର ବନ୍ଧଗଡ଼ ଠାରୁ ସାରଙ୍ଗଗଡ଼ ଯାଉଥିବା ଏକ ପାସେଞ୍ଜର ଓଟୋକୁ ଧକ୍କା ଦେବା ପରେ ସାମ୍ନା ପଟୁ ଆସୁଥିବା ତ୍ରିଶକ୍ତି ନାମକ ଆଉ ଏକ ଡମ୍ଫରକୁ ଧକ୍କା ଦେଇଥିଲା I ଫଳରେ ଓଟୋଟି ରାସ୍ତାରୁ ପ୍ରାୟ କୋଡିଏ ଫୁଟ ଦୁରକୁ ଚିଟିକି ପଡ଼ିଥିବା ବେଳେ ଅଟୋରେ ବସିଥିବା ଜଣେ ମହିଳାଙ୍କ ସହ ପାଞ୍ଚ ଜଣ ଆହତ ହୋଇଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ I ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା I ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଆହତଙ୍କ କ୍ଷତିପୂରଣ ଦାବିରେ ରାସ୍ତାରୋକ ମଧ୍ୟ କରିଥିଲେ I ତେବେ ଦୀର୍ଘ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି I ତେବେ ଠିକା କମ୍ପାନୀର କାର୍ଯ୍ୟରତ ଡମ୍ଫର ଡ୍ରାଇଭରର ବେପରୁଆ ଗାଡି ଚାଳନା ପାଇଁ ଜଣେ ନିରୀହ ଗରିବ ବ୍ୟକ୍ତିଙ୍କ ଜୀବନ ଯାଇ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି I ଅନ୍ୟପଟେ ମୃତ ବ୍ୟକ୍ତି ଜଣକ ଜଣେ ଏକ ଗରିବ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ହୋଇ ଥିବାରୁ ତାଙ୍କ ପରିବାରକୁ ସମ୍ପୃକ୍ତ ଠିକା ସଂସ୍ଥା କ୍ଷତିପୂରଣ ଦେବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି I

Leave A Reply

Your email address will not be published.