xmas

ମାଲକାନଗିରି ଓଟିଇଏଲ୍‌ପି ପ୍ଲସ୍ ପକ୍ଷରୁ ମେଗା ପ୍ରାଣୀ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଇଟିଡ଼ିଏ ସଂସ୍ଥା ପକ୍ଷରୁ ଓଟିଇଏଲପି ପ୍ଲସ୍ ପ୍ରକଳ୍ପ ଜରିଆରେ କାଲିମେଳା ବ୍ଲକର ଜାକାଲକୁଣ୍ଡି ଗ୍ରାମ ଓ ଖଇରପୁଟ ବ୍ଲକର ମାଡ଼କାପଦର ଗ୍ରାମରେ ମେଗା ପ୍ରାଣୀ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶତାଧିକରୁ ଊର୍ଦ୍ଧ୍ୱ ଗାଈ, ଛେଳି, ମେଣ୍ଢା, କୁକୁଡ଼ା ଓ ବତକଙ୍କୁ ଟିକାକରଣ ଓ ଭିଟାମିନ୍ ଔଷଧ ବଂଟନ କରିବା ସହିତ ବହୁ ଲୋକଙ୍କୁ ରୋଗ ଏବଂ ନିରାକରଣ ବିଷୟରେ ବୁଝାଯାଇଥିଲା । ଏହି ପ୍ରାଣୀ ସ୍ୱାସ୍ଥ୍ୟ ଶିବିରରେ କାଲିମେଳା ପ୍ରାଣୀଚିକିତ୍ସା କାର୍ଯ୍ୟାଳୟ ପକ୍ଷରୁ ବି.ଭି.ଓ ଡ଼କ୍ଟର ଜିତେନ୍ଦ୍ର କୁମାର ମହାନ୍ତି, ଭି.ଏ.ଏସ୍ ଡ଼କ୍ଟର ଜଶୋବନ୍ତ କୁମୁଟି, ଏଲ.ଆଇ କେତକି ନାୟକ, ଏଲ.ଆଇ ଶଙ୍କର ପରିଜା, ଏଲ.ଆଇ ବିଶ୍ୱଜିତ୍ ମଣ୍ଡଳ, ଏସ୍‌ଏଲଏନ୍‌ଡ଼ିଏସ୍ ସଂସ୍ଥା କାଲିମେଳା ଓ ପଡ଼ିଆ କ୍ଲଷ୍ଟରରୁ ଜୀବନଜୀବିକା ଅଧିକାରୀ କାଂଚନ ଦାସ ଯୋଗଦାନ କରିଥିଲେ । ସେହିପରି ଖଇରପୁଟ ବ୍ଲକ ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ ପକ୍ଷରୁ ବି.ଭି.ଓ ଡ଼କ୍ଟର ତୁଷାର ମିଶ୍ର, ଡ଼କ୍ଟର ସୁଭମ୍ କୁମାର ପରିଡ଼ା ଓ ଖଇରପୁଟ କ୍ଲଷ୍ଟର ବିକାଶ ସଂସ୍ଥାର ପ୍ରମ୍ମୁଖ ଅଧିକାରୀମାନେ ଯୋଗ ଦେଇ ସ୍ୱାସ୍ଥ୍ୟ ଶିବିରକୁ ସୂଚାରୁରୁପେ ଚଳାଇଥିଲେ । ଏହି ଦୁଇଟି ମେଗା ପ୍ରାଣୀ ସ୍ୱାସ୍ଥ୍ୟ ଶିବିରକୁ ଓଟିଇଏଲପି ପ୍ଲସ୍‌ର ପିଓସିବି ପ୍ରିୟବ୍ରତ ଖମାରି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.