xmas

ଓଟିଇଟି ପ୍ରଶ୍ନପତ୍ର ଲିକ୍ ଭିଡିଓ ଭାଇରଲ ଘଟଣା; ମାଲକାନଗିରି ଓଟିଇଟି ପରୀକ୍ଷାକୁ ବାତିଲ କଲେ କଟକ ବୋର୍ଡ,

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଓଟିଇଟି ପ୍ରଶ୍ନ ଉତ୍ତର ଖାତା ଭାଇରାଲ ହୋଇଥିଲା। ଜିଲ୍ଲାର ତିନୋଟି କେନ୍ଦ୍ରରେ ହୋଇଥିବା ଓଟିଇଟି ପରୀକ୍ଷା କୁ ବାତିଲ କରିଦିଆ ଯାଇଥିବାର ବୋର୍ଡ ଅଫିସ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ଜିଲ୍ଲା ପ୍ରଶାସନକୁ ଚିଠି ହୋଇଛି। ଏହି ଚିଠିଟି ଏବେ ମାଲକାନଗିରି ଜିଲ୍ଲାରେ ଭାଇରାଲ ହେବାର ଲାଗିଛି। ଏ ସମ୍ପର୍କରେ ଆମେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ଦୁଇଦିନ ହେଲା କାର୍ଯ୍ୟ ବ୍ୟସ୍ତତାରୁ ଅଫିସ ଡାକ ଦେଖି ପାରି ନାହିଁ କି ସେମିତି କିଛି ଚିଠି ମୁଁ ଦେଖି ନାହିଁ। ପରୀକ୍ଷା ବାତିଲ ହୋଇଥିବାର ଚିଠିଟି ଭାଇରାଲ ହେଉଥିବାର ମୁ ଶୁଣିଛି ବୋଲି ଜିଲ୍ଲା ଶିକ୍ଷାଅଧିକାରୀ ମାନସ କୁମାର ଜେନା କହିଛନ୍ତି।

ସୂଚନା ଯୋଗ୍ୟ ଯେ ଗତ ଅଗଷ୍ଟ ୨୯ ତାରିଖରେ ମାଲକାନଗିରି ସହରରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ ତିନୋଟି ସ୍ଥାନରେ ଓଟିଇଟି ପରୀକ୍ଷା କେନ୍ଦ୍ର ହୋଇ ଥିଲା। ଏହି ତିନୋଟି ପରୀକ୍ଷା କେନ୍ଦ୍ରରେ ୮୭୭ ଜଣ ପ୍ରାର୍ଥୀ ଓଟିଇଟି ପରୀକ୍ଷା ଦେଇଥିଲେ। ପରୀକ୍ଷା ଦେବା ପୂର୍ବରୁ ପ୍ରଶ୍ନ ଉତ୍ତର ଖାତା ବାହାରେ ଲିକ୍ ହୋଇ ଯାଇଥିବା ଭିଡିଓ ଭାଇରାଲ ହେବା ଘଟଣା ସମଗ୍ର ରାଜ୍ୟରେ ଆନ୍ଦୋଳନ ସୃଷ୍ଟି କରିଥିଲା ।

Leave A Reply

Your email address will not be published.