ଖଜୁରୀପଡାରେ ରାଜସ୍ୱ ଅଦାଲତ ଶିବିର, ୧୦୮ ମାମଲାର ଶୁଣାଣି

ଫୁଲବାଣୀ – ୧୬/୦୯ ଶୁକ୍ରବାର ଖଜୁରୀପଡା ତହସିଲ କାର୍ଯ୍ୟାଳୟ ପରିସରରେ ଖଜୁରୀପଡା ଆର ଆଇ ସର୍କଲ ଅନ୍ତର୍ଗତ ଲୋକଙ୍କ ରାଜସ୍ୱ ସମ୍ପର୍କିତ ସମସ୍ୟା ସମ୍ପର୍କରେ ଶୁଣାଣି ହୋଇଥିଲା l ଏଥିରେ ମୋଟ ୧୦୮ ଜଣଙ୍କ ରାଜସ୍ୱ ସମ୍ପର୍କିତ ଅଭିଯୋଗର ଶୁଣାଣି କରାଯାଇଥିଲା l ଲୋକମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ ତହସିଲଦାରଙ୍କୁ ଅବଗତ କରିଥିଲେ l ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ ଧର୍ଯ୍ୟର ସହ ଲୋକଙ୍କ ଅଭିଯୋଗ ଶୁଣିବା ସହ ରାଜସ୍ବ ଓ ଜମିଜମା ମାମଲା ଯେପରି ସୁରୁଖୁରୁରେ ସମାଧାନ ହୋଇପାରିବ ସେନେଇ ଯଥା ସାଧ୍ୟ ଚେଷ୍ଟା କରିଥିଲେl ତହସିଲଦାର ସ୍ୱପ୍ନିତା ନାୟକଙ୍କ ନିଷ୍ଠା, ଆନ୍ତରିକତା, ସେବା ମନୋବୃତ୍ତି, ସାମାଜିକ ଦାଇତ୍ୱ ବୋଧ ଯୋଗୁଁ ଅଞ୍ଚଳବାସୀ ଙ୍କ ସମସ୍ୟା ଅନେକାଂଶରେ ଦୂର ହୋଇପାରିଥିବାରୁ ଲୋକେ ଖୁସି ବ୍ୟକ୍ତ କରିବା ସହ ପ୍ରଶାସନ ଓରାଜ୍ୟ ସରକାରଙ୍କ ପ୍ରତି ସେମାନଙ୍କ ଆସ୍ଥା ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଶୁଣାଣି ସମୟରେ ଖଜୁରୀପଡା ଅତିରିକ୍ତ ତହସିଲଦାର , ରେଭିନ୍ୟୁ ଇନସପେକେଟର, ଅରାପାଜୁ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ l ସେହିପରି ଲୋକଙ୍କ ହାତ ପାଆନ୍ତାରେ ରାଜସ୍ବ ସେବା ଯୋଗାଇଦେବା ଓ ସମସ୍ୟାର ତ୍ୱରିତ ସମାଧାନ ଲାଗି ତହସିଲ କାର୍ଯ୍ୟାଳୟ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୧୯ରେ ବଳସକୁମ୍ପା, ୨୧ରେ ଗୂଦାରୀ, ୨୩ରେ ଦୁତିମେଣ୍ଡି, ୨୭ରେ ଆର. ନୂଆଗାଁ, ଓ ଅକ୍ଟାବର ୧ରେ ସୁଡ଼ରୁ କୁମ୍ପା, ୭ରେ ଖଜୁରୀପଡା, ୧୧ ବଲକୁମ୍ପା , ୧୩ରେ ଗୂଦାରୀ, ୧୫ରେ ଦୁତିମେଣ୍ଡି, ୧୮ରେ ଆର. ନୂଆଗାଁ, ୨0ରେ ସୁଡୁରୁକୁମ୍ପା, ୨୫ରେ ଖଜୁରୀପଡା ଓ ୨୮ରେ ବଳସକୁମ୍ପାରେ କ୍ୟାମ୍ପ କୋର୍ଟ ମାନ ଅନୁଷ୍ଠିତ କରାଯାଇ ଲୋକଙ୍କ ରାଜସ୍ବ ସମସ୍ୟା ଗୁଡିକର ଶୁଣାଣି ଓ ସମାଧାନ ଦିଗରେ ଚେଷ୍ଟା କରା ଯିବ ବୋଲି ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ କହିଛନ୍ତି l ଏହି ସବୁ ଦିନରେ ସମ୍ପୃକ୍ତ ଅଞ୍ଚଳର ଲୋକମାନେ ଉପସ୍ଥିତ ରହି ଖୋଲା ମନରେ ସେମାନଙ୍କ ଦୀର୍ଘ ଦିନର ସମସ୍ୟା କହିପାରିବେ ବୋଲି ତହସିଲଦାର ଶ୍ରୀମତୀ ନାୟକ ଆହୁରି କହିଛନ୍ତି l

Leave A Reply

Your email address will not be published.