ଦୁର୍ଗମ ଅଞ୍ଚଳରେ ପ୍ରଶାସନିକ ଅଧିକାରୀ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୁଣ୍ଡ ବ୍ଲକ ଅନ୍ତଗର୍ତ ଓଡିଶା ଆନ୍ଧ୍ର ସୀମାନ୍ତରେ ଥିବା ଦୁର୍ଗମ ଗ୍ରାମ ମଣ୍ଡାପଲ୍ଲୀ, କତାଉରୁ, କଟେଡ଼ରୁବନ୍ତ, ଜୁମଡାଙ୍ଗ ଗ୍ରାମ ଗସ୍ତ କରିଛନ୍ତି । ମାଲକାନଗିରି ଜିଲ୍ଲା ଉପଜିଲ୍ଲାପାଳ ଅକ୍ଷୟ ଖେମୁଡୁ, ପିଆଇଟିଡିଏ ତ୍ରିନାଥ ମାଝୀ, ଚିତ୍ରକୁଣ୍ଡ ବିଡିଓ ରଘୁନାଥ ମୁଣ୍ଡାରୀ, ଚିତ୍ରକୁଣ୍ଡ ତହସିଲଦାର ଟି ପଦ୍ମନାଭ ଦୋରା, DSWO ସାଗରିକା ସାହୁ । ସରକାରଙ୍କ ଦ୍ୱାରା ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ତଜର୍ମା କରିବା ସହ ଜୁମଡାଙ୍ଗ ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ଅଙ୍ଗନବାଡି କର୍ମୀଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ ପରେ ମଣ୍ଡାପଲ୍ଲୀ ଛକ ଠାରେ ପ୍ରସ୍ତାବିତ ଏସସି ଏଷ୍ଟି ସ୍କୁଲ ଓ ହଷ୍ଟେଲ ନିର୍ମାଣ ନିମନ୍ତେ ଜାଗା ଚିହ୍ନଟ କରିବା ସହ କଟେଉରୁ ଗ୍ରାମରେ ଛୋଟ ଛୋଟ ପିଲାଙ୍କୁ ମାଲକାନଗିରି ଜିଲ୍ଲା ଉପଜିଲ୍ଲାପାଳ ଅକ୍ଷୟ ଖେମୁଡୁ କାଗଜରେ ଓଡ଼ିଆ ଭାଷାରେ ଲେଖାଯାଇଥିବା କିଛି ଧାଡି ପଢିବାକୁ କହିବା ସହ ପିଲାଙ୍କର ଓଡ଼ିଆ ଭାଷା ସମ୍ପର୍କରେ ଜ୍ଞାନର ପରୀକ୍ଷା କରିଥିଲେ । ପରେ ଗ୍ରାମବାସୀଙ୍କ ସହ ମିଶି ସରକାରଙ୍କ ବିଭିନ୍ନ ଯୋଜନା ଠିକ ରୂପେ ସେମାନଙ୍କ ନିକଟରେ ପହଞ୍ଚୁଛି କି ନାହିଁ ପଚାରି ବୁଝିଥିଲେ । ମଣ୍ଡାପଲ୍ଲୀ ଓ କଟେଉରୁ ଗ୍ରାମର କିଛି ଯୁବକଙ୍କୁ ଭଲିବଲ ପ୍ରଦାନ କରିବା ସହ ସେମାନଙ୍କ ସହ ଭଲିବଲ ଖେଳିଥିଲେ ମାଲକାନଗିରି ଉପଜିଲ୍ଲାପାଳ ଅକ୍ଷୟ ଖେମୁଡୁ, ପିଆଇଟିଡିଏ ତ୍ରିନାଥ ମାଝୀ, ଚିତ୍ରକୁଣ୍ଡ ବିଡିଓ ରଘୁନାଥ ମୁଣ୍ଡାରୀ, ଚିତ୍ରକୁଣ୍ଡ ତହସିଲଦାର ଟି ପଦ୍ମନାଭ ଦୋରା ।

Leave A Reply

Your email address will not be published.