ଜଙ୍ଗଲ ଜମି ଅଧିକାର କମିଟିର ପୁନଃ ଗଠନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି ୧୭।୯: ମାଲକାନଗିରି ଜିଲ୍ଲା ବଦଲି ଗ୍ରାମ ପଞ୍ଚାୟତରେ ଜଙ୍ଗଲ ଜମି ଅଧିକାର କମିଟିର ପୁନଃ ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଦଲି ଗ୍ରାମ ପଞ୍ଚାୟତ କାର୍ଯ୍ୟlଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଜଙ୍ଗଲ ଜମି ଅଧିକାର ନୂତନ କମିଟିକୁ ଗଠନ କରାଯାଇଥିବା ସହ ସ୍ଥାନୀୟ ଲୋକଙ୍କୁ ଏବଂ କମିଟିର ସଦସ୍ୟଙ୍କୁ ଏହାର ନିୟମାବଳି ବିଷୟରେ ଅବଗତ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜୁ ଜନତା ଦଳର ସଭାପତି ଆଡମା ରାବା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବଦଲି ସରପଞ୍ଚ ଦୀନବନ୍ଧୁ ମାଡି, ସମିତି ସଭ୍ୟ ରମାକାନ୍ତ ରାବା, ରାଜସ୍ୱ ନିରିକ୍ଷକ ପ୍ରିୟଙ୍କା ଖରା, ଗ୍ରାମ ରୋଜଗାର ସେବକ ତାପସ ସରଦାର ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକେ କିଭଳି ରୂପେ ଜଙ୍ଗଲ ଜମି ଅଧିକାର ଆଇନର ସୁଫଳ ପାଇ ପାରିବେ ଏବଂ ଯେଉଁ ହିତାଧିକାରୀ ମାନେ ଏଥିରେ ସାମିଲ ହୋଇ ନାହାନ୍ତି ତାଙ୍କୁ କିଭଳି ଯଥା ଶୀଘ୍ର ସାମିଲ କରାଯିବ ସେନେଇ ଆଲୋଚନା କରଯାଇଥିଲା । ନୂତନ କମିଟିର ସଦସ୍ୟ ମାନେ ନିଜର ଦାଇତ୍ଵକୁ ସୂଚାରୁ ରୂପେ ଚଳାଇବା ପାଇଁ ଯୁବ ସଭାପତି ଶ୍ରୀ ରାବା ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.