କାଲିମେଳା ତା , ୧୬/୯ ମାଲକାନଗିରି ଜିଲ୍ଲା କାଲିମେଳା ବନାଞ୍ଚଳ ଅଧୀନରେ ଥିବା ପୋଟେରୁ ଅଞ୍ଚଳରୁ ବନ ବିଭାଗ ଦ୍ୱାରା ଆଜି ଏକ ବଜ୍ରକାପ୍ତା ଉଦ୍ଧାର କରାଯିବା ସହ ଏହାକୁ ବିକ୍ରି ପାଇଁ ଉଦ୍ୟମ କରୁଥିବା ଏକ ରାକେଟର ୮ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି ମାଲକାନଗିରିରୁ ଚୋରାରେ ବିକ୍ରି କରିବା ପାଇଁ ଗୋଟିଏ ରାକେଟର ୮ଜଣ ସଦସ୍ୟ ଉଦ୍ୟମ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ସେ ପାଇ ବନ ବିଭାଗର ଏକ ଟିମ କାବୁ କରି ଗିରଫ କରିବା ସହ ସେମାନଙ୍କ ନିକଟରୁ ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲା । ଜବତ ବଜ୍ରକାପ୍ତାଟିର ଆନ୍ତର୍ଜାତିକ ବଜାରରେ ମୂଲ୍ୟ ପ୍ରାୟ ୧ କୋଟି ୨୦ ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ପଶ୍ଚିମବଙ୍ଗ ଅଞ୍ଚଳର ଜଣେ ବ୍ୟକ୍ତି ସାମିଲ ଥିବା ବେଳେ ଜଣେ ଆନ୍ଧ୍ର ପ୍ରଦେଶର ଓ ଅନ୍ୟମାନେ ମାଲକାନଗିରି ଜିଲ୍ଲାର ବୋଲି ସୂଚନା ମିଳିଛି । ଏହି ଚଢାଉରେ କାଲିମେଳା ବନାଞ୍ଚଳର ବନପାଳ ଶିବାନନ୍ଦ ଲେଙ୍କା, ବନ କର୍ମଚାରୀ ସିଦ୍ଧାନ୍ତ ରାଉତ, ବିପୁଲ ସାନା ପ୍ରମୁଖ ସାମିଲ ଥିଲେ ।
Sign in
Sign in
Recover your password.
A password will be e-mailed to you.