xmas

ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଡାକ୍ତରମାନଙ୍କୁ ସମ୍ବର୍ଦ୍ଧନା

ମାଲକାନଗିରି : ୧୮.୦୯.୨୦୨୨ ମାଲକାନଗିରିର ରୋଗୀମାନଙ୍କୁ ଉତ୍ତମ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନାରେ ପ୍ରତ୍ୟେକ ମାସରେ କଟକ ବଡ ମେଡ଼ିକାଲରୁ ହେଲିକ୍ୟାପ୍ଟର ଯୋଗେ ବିଭିନ୍ନ ବିଭାଗର ବରିଷ୍ଠ ଡାକ୍ତର ମାନେ ଆସି ମାଲକାନଗିରି ଜିଲ୍ଲା ହେଡକ୍ୱାଟର ହସ୍ପିଟାଲରେ ରୋଗୀମାନଙ୍କୁ ଉତ୍ତମ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି। ଏହି କ୍ରମରେ ଆଜି ଏସ .ସି. ବି କଟକ ବଡ ମେଡିକାଲର ଡାକ୍ତର ଜ୍ୟୋତିର୍ମୟ ନାୟକ,ଆସିଷ୍ଟାଣ୍ଟ ପ୍ରଫେସର, ଡାକ୍ତର ଶଙ୍କର୍ଷଣ ପଟେଲ ,ଆସିଷ୍ଟାଣ୍ଟ ପ୍ରଫେସର, ଡାକ୍ତର ଚିନ୍ମୟା ନନ୍ଦ ଦାସ ,ଆସିଷ୍ଟାଣ୍ଟ ପ୍ରଫେସର ଓ ଡାକ୍ତର ରଞ୍ଜନ କୁମାର ମହାନ୍ତି, ଆସିଷ୍ଟାଣ୍ଟ ପ୍ରଫେସର ହେଲିକ୍ୟାପ୍ଟର ଯୋଗେ ଆସି ରୋଗୀମାନଙ୍କୁ ସେବା ଯୋଗାଇ ଥିଲେ। ଏହି ଅବସରରେ ଉତ୍କଳ ସମ୍ମିଳନୀ, ମାଲକାନଗିରି ତରଫରୁ ଜିଲ୍ଲା ଶାଖାର ସଭାପତି ଡ଼ଃ ରଞ୍ଜନ କୁମାର ସ୍ୱାଇଁ ସମସ୍ତ ଡାକ୍ତର ମାନଙ୍କୁ ବି.ଏସ.ଏଫ ହେଲିପ୍ୟାଡରେ ଉପସ୍ଥିତ ରହି ସ୍ୱାଗତ ଜଣାଇବା ସହ ଉତ୍ତରୀୟ ପ୍ରଦାନ କରି ସମ୍ମାନୀତ କରିଥିଲେ। ଡାକ୍ତର ମାନଙ୍କୁ ସ୍ୱାଗତ ଜଣାଇବା ପାଇଁ ଡ଼ି.ଏଚ. ଏଚ ,ମାଲକାନଗିରିର ଡ଼ଃ ନାରାୟଣ ପାତ୍ର ଓ ଏନ.ଏଚ. ଏମର କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.