xmas

ରାଷ୍ଟ୍ରଭାଷା ହିନ୍ଦୀ ଦିବସ ପାଳିତ

ସାହାଜପାଲ -ବୌଦ୍ଧ ବ୍ଲକ ତାଳସରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସଭାଗୃହଠାରେ ବୌଦ୍ଧ ଜିଲ୍ଲା ହିନ୍ଦୀ ଶିକ୍ଷକ ସଙ୍ଘ ତରଫରୁ ରାଷ୍ଟ୍ରଭାଷା ହିନ୍ଦୀ ଦିବସ ପାଳିତ ହୋଇଯାଇଅଛି | ଆଜିର ଦିବସରେ ମୁଖ୍ୟ ଅତିଥିଭାବେ ବିଦ୍ୟାଳୟର ପ୍ରତିଷ୍ଠାତା ଚେତାରାମ ପଟ୍ଟନାୟକ, ସମ୍ମାନିତ ଅତିଥିଭାବରେ ସତ୍ୟପାଲ ମିଶ୍ର ଓ ବସନ୍ତ କୁମାର ଦାସ ଯୋଗ ଦେଇ ହିନ୍ଦୀ ଭାଷାର ଗୌରବମୟ ଇତିହାସ ଓ ବର୍ତମାନ ତାହାର ମହତ୍ୱ ସମ୍ବନ୍ଧରେ ଆଲୋକପାତ କରିଥିଲେ| ଉକ୍ତ ଦିବସରେ ବୌଦ୍ଧ ଜିଲ୍ଲାର ୩୫ରୁ ଉର୍ଦ୍ଧ୍ୱ ବିଦ୍ୟାଳୟରୁ ହିନ୍ଦୀ ଶିକ୍ଷକ ଉପସ୍ଥିତ ଥିଲେ | ଦେଶର ସାମଗ୍ରିକ ବିକାଶରେ ହିନ୍ଦୀ ଭାଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଉପସ୍ଥିତ ଶିକ୍ଷକମାନେ ମତପୋଷଣ କରିଥିଲେ | ବର୍ତମାନ ହିନ୍ଦୀଭାଷା ପ୍ରତି ଛାତ୍ରଛାତ୍ରୀମାନେ କିପରି ଆକୃଷ୍ଟ ହେବେ ବିଶେଷ ଧ୍ୟାନ ଦେବାକୁ ଅତିଥି ବାସନ୍ତ କୁମାର ଦାସ ମତ ଦେଇଥିଲେ | ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ସଦାନନ୍ଦ ପ୍ରଧାନ ସଭା ପରିଚାଳନା କରିଥିବାବେଳେ ଶିକ୍ଷକ ମଞ୍ଜିତ ମୋହନ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ |

Leave A Reply

Your email address will not be published.