xmas

କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁଙ୍କ ଦ୍ଵାରା ଉନ୍ମୋଚନ ହେଲା ବାର୍ଷିକ ରିପୋର୍ଟ କାର୍ଡ ୨୦୨୧-୨୨

ମୟୂରଭଞ୍ଜ,୧୮/୦୯ ବାରିପଦା ହୋଟେଲ ଅମ୍ବିକା ସମ୍ମିଳନୀ କକ୍ଷଠାରେ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ର ପରାମର୍ଶଦାତା କମିଟି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୟୂରଭଞ୍ଜ ଲୋକସଭା ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ମୁଖ୍ୟଅତିଥି ଭାବେ ଯୋଗଦେଇ ନିଜର ବାର୍ଷିକ ରିପୋର୍ଟ କାର୍ଡ ୨୦୨୧-୨୨ ଉନ୍ମୋଚନ କରିଛନ୍ତି । ଏଥିସହ ନିଜର କାର୍ଯ୍ୟକାଳ ମଧ୍ୟରେ ନେଇଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ମନ୍ତ୍ରୀ ଟୁଡୁ ସୂଚନା ଦେଇଥିଲେ । ସେଥିମଧ୍ୟରୁ ସେ:-

ଅମର୍ଦା ଏଆରଷ୍ଟ୍ରିପ:-

   ଏସିଆ ମହାଦେଶର ସର୍ବବୃହତ୍ ଏଆରଷ୍ଟ୍ରିପ, ଯାହା ଅମର୍ଦା ଏଆରଷ୍ଟ୍ରିପ ବା ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ୍‌ ନାମରେ ପରିଚିତ।ଏହି ଏୟାରଷ୍ଟ୍ରିପ୍‌ର ପୁନଃରୁଦ୍ଧାର ପାଇଁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଏହାର କାର୍ଯ୍ୟକାରିତା ଉପରେ

ବିସ୍ତୃତ ଆଲୋଚନା କରିଥିଲେ। ଭାରତର ପ୍ରତିରକ୍ଷା ବିଭାଗ ଅଧିନରେ ଥିବା ଏହି ବିମାନବନ୍ଦରକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ବାୟୁସେନାର ଭାଇସ୍ ଏୟାର ଚିଫ୍ ରାନାଡ଼େ, ଆସିଷ୍ଟାଣ୍ଟ ଚିଫ୍ ଏୟାରଷ୍ଟ୍ରିପ ଅପରେସନ ଏବଂ ଅନ୍ୟାନ୍ୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହିତ ବିସ୍ତୃତ ଆଲୋଚନା କଲା ପରେ କେନ୍ଦ୍ର ସରକାର ଉଡାନ ଯୋଜନାରେ ରାସଗୋବିନ୍ଦପୁର ଏୟାରଷ୍ଟ୍ରିପକୁ ସାମିଲ କରିଛନ୍ତି। ତେବେ ଯଥାଶୀଘ୍ର ରାଜ୍ୟ ସରକାରଙ୍କ ଦ୍ବାରା ଜମି ଅଧିଗ୍ରହଣ ସରିଲେ ଏହାର କାର୍ଯ୍ୟକୁ ଆରମ୍ଭ କରାଯିବ ବୋଲି ଶ୍ରୀ ଟୁଡୁ ପ୍ରକାଶ କରିଛନ୍ତି। ସେହିଭଳି……

ରେଳର ବିକାଶ:-

ରେଳପଥ ବିକାଶ ପରିପ୍ରେକ୍ଷୀରେ ବାଦାମପାହାଡ଼ – କେଉଁଝର ମଧ୍ୟରେ ପ୍ରସ୍ତାବିତ ନୂଆ ରେଳ ଲାଇନ ପାଇଁ ବୈଷୟିକ ସର୍ବେକ୍ଷଣ କାର୍ଯ୍ୟ ଆରମ୍ଭ। ରିପୋର୍ଟ ଆସିବା ପରେ ଟେଣ୍ଡର ଆହ୍ୱାନ କରାଯିବା। ବାଙ୍ଗିରିପୋଷି – ଗୋରୁମହିଁସାଣୀ ମଧ୍ୟରେ ପ୍ରସ୍ତାବିତ ନୂଆ ରେଳଳାଇନ କଥା ବିଚାରାଧୀନ ଥିବା।ବୁଢାମାରା -ଚକୁଳିଆ ମଧ୍ୟରେ ପ୍ରସ୍ତାବିତ ନୂଆ ରେଳଳାଇନର ଖର୍ଚ୍ଚ ଆକଳନ ସରିଥିବା ବେଳେ ଝାରଖଣ୍ଡ ସରକାର ଏଥିପାଇଁ ଜମି ଯୋଗାଇବା କାର୍ଯ୍ୟ ବାକି ଥିବା। ପୁରୀ – ବାରିପଦା ସାପ୍ତାହିତ ରେଳ କୁ ଖୁବଶୀଘ୍ର ଦୈନଦିନରେ ପରିଣତ କରାଯିବା। ଜିଲ୍ଲାର ୩ଟି ରେଳ ଷ୍ଟେସନ ବାରିପଦା,ଇଂଜପୁର ଓ ବେତନଟୀ କୁ ଯଥା ଶୀଘ୍ର ଉନ୍ନତିକରଣ କରାଯିବା। ବାଙ୍ଗିରିପୋଷି–ରୁପ୍ସା ତଥା ଟାଟା–ବାଦାମପାହାଡ଼ ଷ୍ଟେସନ ରେଲଲାଇନ କୁ ବିଦ୍ୟୁତିକରଣ କରାଯାଇଛି। ରେଳ ବିଭାଗ ଓ ରାଜସ୍ବ ବିଭାଗ ଦ୍ବାରା ପ୍ରସ୍ତାବିତ ବାଙ୍ଗିରିପୋଷି ଠାରେ ରେଳ ଗୋଦାମର ସର୍ବେକ୍ଷଣ କାର୍ଯ୍ୟ ସମ୍ପୂର୍ଣ ହେଇଥିବାବେଳେ, ଖୁବ ଶୀଘ୍ର କାର୍ଯ୍ୟକ୍ଷମ କରାଯିବାର ନିଷ୍ପତି ହୋଇଛି।ରାଇରଙ୍ଗପୁର ଓ ବାଦାମପାହାଡ଼ ରେଳ ଷ୍ଟେସନର ପ୍ଲାଟଫର୍ମ ସଂଖ୍ୟା ବୃଦ୍ଧି କରାଯାଇ,ଟାଟାରେ ରହୁଥିବା କିଛି ଦୂରଗାମୀ ଟ୍ରେନକୁ ରାଇରଙ୍ଗପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବା ନେଇ ରେଳମନ୍ତ୍ରୀଙ୍କ ସହ ବ୍ୟାପକ ଆଲୋଚନା କରାଯାଇଛି ବୋଲି କହିଛନ୍ତି ଶ୍ରୀ ଟୁଡୁ।

ଆବାସିକ ଏକଲବ୍ୟ ବିଦ୍ୟାଳୟ:-

     ଜନଜାତି ମାନଙ୍କର ବିକାଶ,ଜନଜାତି ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଏବଂ ଜନଜାତି ମାନଙ୍କର ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ   ଓଡିଶା ରାଜ୍ୟର ଜନଜାତି ମାନଙ୍କର ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ୮୭ଟି ଏକଲବ୍ୟ ମୋଡେଲ ରେସିଡେଣ୍ଟିଆଲ ବିଦ୍ୟାଳୟ ଖୋଲିବାକୁ ଅନୁମୋଦନ କରାଯାଇଛି। ଏଥି ମଧ୍ୟରୁ କେବଳ ୧୯ ଟି ମୟୁରଭଞ୍ଜ ପାଇଁ ଅନୁମୋଦନ କରାଯାଇଛି। ଯାହାର ଶିଳାନ୍ୟାସ ସରିଥିବା ବେଳେ କାର୍ଯ୍ୟ ପ୍ରାରମ୍ଭ ହେଇଯାଇଛି । ଖାଲି ସେତିକି ନୁହେଁ ଜନଜାତି ମାନଙ୍କର ଆର୍ଥିକ ବିକାଶ ପାଇଁ TRIFED କାର୍ଯ୍ୟକ୍ରମ କୁ ମଧ୍ୟ ବଢ଼ାଇ ଦିଆଯାଇଛି।

ପର୍ଯ୍ୟଟନ ଓ ସଂସ୍କୃତି …………..

ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଶ୍ରୀ ଟୁଡୁ ସର୍ବଦା ତତ୍ପର ଥିବାବେଳେ ମୟୁରଭଞ୍ଜ ଜିଲ୍ଲା କୁ ଭାରତବର୍ଷ ର ପର୍ଯ୍ୟଟନ ମାନଚିତ୍ର ରେ ସାମିଲ କରିବା ପାଇଁ ସେ ବିଭିନ୍ନ ସମୟରେ କେନ୍ଦ୍ରୀୟ ପର୍ଯ୍ୟଟନ ମନ୍ତ୍ରୀ ତଥା କେନ୍ଦ୍ରୀୟ ପର୍ଯ୍ୟଟନ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଙ୍କୁ ଭେଟି ଆଲୋଚନା କରିଥିଲେ। ଯାହାର ଫଳ ସ୍ବରୂପ କେନ୍ଦ୍ରୀୟ ପ୍ରତିନିଧୂ ମଣ୍ଡଳୀ ଓ ରାଜ୍ୟ ପ୍ରତିନିଧି ମଣ୍ଡଳୀଙ୍କ ଯୁଗ୍ମ କମିଟି ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି।ଜିଲ୍ଲାର ୪ ଟି ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ବିସ୍ତୃତ ପ୍ରକଳ୍ପ ଶୁଚି ପ୍ରସ୍ତୁତ ହେଇସାରିଛି।ଏବଂ ୮ ଟି ପର୍ଯ୍ୟଟନ ସ୍ଥଳୀର ଆନୁସଙ୍ଗିକ ବିକାଶ ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାର ଙ୍କୁ ସୁପାରିଶ କଲେ ଏହି ୮ ଟି ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ହେବ ବୋଲି ଶ୍ରୀ ଟୁଡୁ କହିଛନ୍ତି। ସାନ୍ତାଳୀ ଭାଷା ଓ ଲିପି ଅଲଚିକିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମପୀଠ ଦାଣ୍ଡବୋସ ଗ୍ରାମକୁ ଆଜାଦୀ କି ୭୫ ବର୍ଷ ପୁର୍ତ୍ତି ଉପଲକ୍ଷେ ଆଦର୍ଶ ସାଂସଦ ଗ୍ରାମ ଭାବେ ଗ୍ରହଣ କରିବା ସହ ଏହାକୁ ବିଶ୍ବସ୍ତରୀୟ ତୀର୍ଥସ୍ଥଳୀ ଭାବେ ପ୍ରତିଷ୍ଠା କରିବା ପାଇଁ ଆବଶ୍ୟକୀୟ ପଦକ୍ଷପ ନେବା ଅବସରରେ କେନ୍ଦ୍ର ଆଦିବାସୀ ବ୍ୟପାର ମନ୍ତ୍ରାଳୟ, କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଓ କଲିକତା ର ଏକ ସ୍ବତନ୍ତ୍ର ଗବେଷଣା ବିଶେଷଜ୍ଞ ଦଳକୁ ଜନ୍ମପୀଠ, ସମାଧ୍ଵସ୍ଥଳୀ ପାରିପାର୍ଶିକ ପରିବେଶ ପରିଦର୍ଶନରେ ଏହାର ଉନ୍ନତିକରଣ ପାଇଁ ପ୍ରାରମ୍ଭିକ କାର୍ଯ୍ୟ ହାତକୁ ନିଆଯାଇଛି। ଏବଂ ଖୁବଶୀଘ୍ର ଏହାକୁ ବିଶ୍ବସ୍ତରୀୟ ତୀର୍ଥସ୍ଥଳୀ ଭାବେ ପରିଗଣିତ କରାଯିବ। ଜିଲ୍ଲାରେ ଏକ ଜନଜାତି ସ୍ବାଧୀନତା ସଂଗ୍ରାମୀ ସଂଗ୍ରହାଳୟ ଖୁବ ଶୀଘ୍ର ଖୋଲାଯିବ।ମୟୁରଭଞ୍ଜ ଜିଲ୍ଲାର ବହୁ ପୁରାତନ ରେଳଷ୍ଟେସନ ବାରିପଦା ଠାରେ ଏକ ଐତିହ ରେଳ ସଂଗ୍ରହାଳୟର ପ୍ରତିଷ୍ଠା କରାଯାଇଛି।ଯାହାଦ୍ବାରା ମୟୁରଭଞ୍ଜ ଜିଲ୍ଲାକୁ ଆସୁଥିବା ପର୍ଯ୍ୟଟକ ସେଠାକୁ ଯାଇ ରେଳ ଇତିହାସକୁ ଜାଣିବା ସଂଗେ ସଂଗେ ଏହାର ଇତିହାସକୁ ଉପଭୋଗ କରୁଛନ୍ତି। ଏହା ଛଡା ଏକ ବୈଠକରେ ମୟୁରଭଞ୍ଜର ପ୍ରସିଦ୍ଧ ଛଉ ନୃତ୍ୟର ପ୍ରଚାର ପ୍ରସାର ଏବଂ ଉନ୍ନତିକରଣ ପାଇଁ ଝାଡ଼ଖଣ୍ଡ ରେ ଥିବା ଆଞ୍ଚଳିକ କାର୍ଯ୍ୟାଳୟର ଏକ ଶାଖା ବାରିପଦା ଠାରେ କରାଯିବାକୁ ନିଷ୍ପତି କରାଯାଇଛି। ଯେଉଁ ବୈଠକରେ ଜିଲ୍ଲାପାଳଙ୍କ ସମେତ ସଂସ୍କୃତି ବିଭାଗର କେନ୍ଦ୍ର ଏବଂ ରାଜ୍ୟ ତଥା ଜିଲ୍ଲା ପଦାଧିକାରୀ ସହିତ ବିଭିନ୍ନ ଆଞ୍ଚଳିକ ଛଉ ପ୍ରତିଷ୍ଠାନର କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

ଜାତୀୟ ରାଜପଥ / ଜଳସେଚନ / ପିଇବା ପାଣି:-

ଜାତୀୟ ରାଜପଥ ୧୮ ଓ ୪୯ ର ପ୍ରଶସ୍ତିକରଣ କାର୍ଯ୍ୟ ଶେଷ ପାର୍ଯ୍ୟାୟରେ ପହଞ୍ଚିଥିବାବେଳେ, ବିଭିନ୍ନ ଜାଗାରେ ଦାବି ହେଇଥିବା FOB, PUP, VUP ର କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ। ବାଙ୍ଗିରିପୋଷି ଘାଟି ପ୍ରଶସ୍ତିକରଣ ତଥା ହାତୀମାନଙ୍କ ପାଇଁ ଗୁମ୍ଫା ରାସ୍ତାର କାର୍ଯ୍ୟ ଆରମ୍ଭ
ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ନଥୀପତ୍ର କେନ୍ଦ୍ର ସରକାରଙ୍କୁ ପ୍ରେରଣ କଲେ ଯଥାଶୀଘ୍ର ଏହି କାର୍ଯ୍ୟ ଆରମ୍ଭ ହେବ।ଏବଂ ବିଶୋଇ ଦେଇ ଯାଇଥିବା ପ୍ରସ୍ତାବିତ ଯୋକା – ସାରସକଣା ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟର ଆରମ୍ଭ ପାଇଁ ଜିଲ୍ଲାପାଳଙ୍କୁ ଦାଇତ୍ବ ଦିଆଯିବା କଥା କହିଛନ୍ତି ଶ୍ରୀ ଟୁଡୁ। ସେହିଭଳି ଜଳସେଚନ ଓ ପିଇବା ପାଣି କୁ ନେଇ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ‘ଅମୃତ ସୋରଭର ” ଯୋଜନା ମାଧ୍ୟମରେ ୨୦୨୪ ସୁଦ୍ଧା ଦେଶର ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଜଳାଶୟ ର ପୁନରୁଦ୍ଧାର କାର୍ଯ୍ୟ କିମ୍ବା ନୂତନଭାବେ ଖନନ କରାଯିବା ସହିତ ଜଳ ଜୀବନ ମିଶନ ଦ୍ବାରା ଘରେ ଘରେ ୨୦୨୪ ମସିହା ସୁଦ୍ଧା ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସ୍ଥିର କରାଯାଇଛି। ଏବଂ ବର୍ତ୍ତମାନ ସୁଦ୍ଧା ଓଡିଶାର ୩୫% ଅଞ୍ଚଳରେ ଏହି ସୁବିଧା ପହଞ୍ଚା ଯାଇ ପାରିଛି।ପାହାଡିଆ ଅଂଚଳରେ ସୌର ଶକ୍ତି ଜନିତ ବୈଷୟିକ କୌଶଳର ଉପଯୋଗ କରି ପାଣିର ବ୍ୟବସ୍ଥା କରାଯିବାକୁ ସ୍ଥିରୀକୃତ କରାଯାଇଛି। ସେହିଭଳି ମୟୂରଭଞ୍ଜ ଜିଲ୍ଲାର ୧୯ଟି ବହୁ ପୁରାତନ ବନ୍ଧର ପୁନରୁଦ୍ଧାର କାର୍ଯ୍ୟ ପାଇଁ କ୍ଷେତ୍ର ପରିଦର୍ଶନ କାର୍ଯ୍ୟ ସରିଥିବାବେଳେ।ଖୁବ ଶୀଘ୍ର ବିସ୍ତୃତ ପ୍ରକଳ୍ପ ବିବରଣୀ ପ୍ରସ୍ତୁତ ହେଲେ କାର୍ଯ୍ୟ ଆଗକୁ ବଢିବ ଏବଂ ମୟୁରଭଞ୍ଜ ଜିଲ୍ଲାର ୪୦୪ ଗ୍ରାମପଞ୍ଚାୟତ,ରେ ୪୦୪ ଗୋଟି ଅମୃତ ଧାରା ମାଧ୍ୟମରେ ସ୍ବଚ୍ଛ ପାନୀୟ ଜଳ ଉପଲବ୍ଧ କରାଇବା ପାଇଁ ଅର୍ଥ ମଞ୍ଜୁର କରାଯାଇଥିବା କଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ।

ସ୍ୱାସ୍ଥ୍ୟ:-

ସାଂସଦୀୟ କ୍ଷେତ୍ରର ସମସ୍ତ ଡାକ୍ତରଖାନା ଦୁରାବ୍ୟସ୍ଥା,ବାଙ୍ଗିରିପୋଷି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅବ୍ୟବସ୍ଥା ଏବଂ ଖାଲି ଥିବା ଡ଼କ୍ଟର ପଦବୀ କୁ ନେଇ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇବା ସହ ତୁରନ୍ତ ପଦକ୍ଷପ ନେବା ପାଇଁ ପରାମର୍ଶ ଦେବା। ଆୟୁସ୍କାନ ଭାରତ ଯୋଜନା ରେ ହେଉଥିବା ସ୍ବାସ୍ଥ୍ୟ ମେଳା ଗୁଡିକରେ ବିଭିନ୍ନ ସମସ୍ୟା ଗୁଡିକର ନିରାକରଣ ପାଇଁ ପଦକ୍ଷପ ନିଆଯିବା। ମୟୁରଭଞ୍ଜ ଜିଲ୍ଲାର ୨୬ ଟି ବ୍ଲକରେ ୨୬ ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କ ପାଇଁ ଗରମ ପାଣି ନିଷ୍କାସିତ ଯନ୍ତ୍ର ଲଗାଇବା ପାଇଁ ଅର୍ଥ ମଂଜୁର କରାଯିବା।ଜିଲ୍ଲାର ୨୬ ଟି ବ୍ଲକରେ ୨୬ଟି ରୋଗ ଚିହ୍ନଟ କେନ୍ଦ୍ର ଖୋଲିବାପାଇଁ ଅର୍ଥ ମଂଜୁର ହେଇ ସାରିଥିବା ବେଳେ , ଜିଲ୍ଲା ପ୍ରଶାସନ ସ୍ତରରେ ଆବଶ୍ୟକୀୟ ଜମି ଯୋଗାଇବା ବାକି।ଜିଲ୍ଲାର ୪ଟି ଉପଖଣ୍ଡ ମୁଖ୍ୟଡାକ୍ତରଖାନା ମାନଙ୍କରେ ନୂତନ ଶିଶୁ ରୋଗ ଅନ୍ତର୍ନିହିତ ଯତ୍ନ କେନ୍ଦ୍ର ଖୋଲିବାକୁ ଆବଶ୍ୟକୀୟ ଯନ୍ତ୍ରପାତି ପାଇଁ ଅର୍ଥ ମଂଜୁର ହେଇ ସାରି ଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଭିତିଭୂମି ଯୋଗାଇଦେଲେ ଏହା କାର୍ଯ୍ୟକ୍ଷମ ହେବାସହ ଦୂରଦୁରାନ୍ତକୁ ଚିକିତ୍ସା ପାଇଁ ଯାଉଥିବା ଗରିବ ଲୋକ ମାନେ ଉପକୃତ ହେଇ ପାରିବେ ବୋଲି ଶ୍ରୀ ଟୁଡୁ କହିଛନ୍ତି।ତତ୍ ସହିତ ମୟୂରଭଞ୍ଜ ଜିଲ୍ଲାର ୪ଟି ଉପଖଣ୍ଡ ମୁଖ୍ୟଡାକ୍ତରଖାନା ମାନଙ୍କପାଇଁ ଆମ୍ବୁଲାନ୍ସ ଓ ଶବହଜହ ଗାଡି ଯୋଗାଇଦେବା ପାଇଁ ଅର୍ଥ ମଂଜୁର କରାଯାଇଥିବାବେଳେ ବାରିପଦା ଓ ରାଇରଙ୍ଗପୁର ଠାରେ ଦୁଇଗୋଟି ଅମ୍ଳଜାନ ପ୍ରକଳ୍ପ ସ୍ଥାପନ କରାଯାଇଛି ଯାହାକି ଏବେ କାର୍ଯ୍ୟକ୍ଷମ ଅଟେ ।

ଶିଳ୍ପ ଓ ଶିକ୍ଷା:-

     ମୟୁରଭଞ୍ଜ ଜିଲ୍ଲାର ୯ଟି ବ୍ଲକରେ ୯ ଗୋଟି SFRUTI ପ୍ରକଳ୍ପର କାର୍ଯ୍ୟକାରୀ କରାଯିବା।ଆସନ୍ତା ୧ ବର୍ଷ ଭିତରେ ଜିଲ୍ଲାରେ ବାକି ଥିବା ୧୯ ଟି ବ୍ଲକ ରେ ମଧ୍ୟ SERUTI ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବା ନେଇ ସ୍ଥିର କରାଯିବା।ମୟୁରଭଞ୍ଜ ଜିଲ୍ଲାରେ ଆଉ ଏକ ଗାଡି ଚାଳନା ପ୍ରଶିକ୍ଷଣ କେନ୍ଦ୍ର ଖୋଲିବାକୁ ଅର୍ଥ

ମଞ୍ଜୁରୀ ହେଇସାରିଥିବାବେଳେ, ରାଜ୍ୟ ସରକାର ଆବଶ୍ୟକୀୟ ଜାଗା ଯୋଗାଇଦେଲେ,ଏହାର କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବା ସହ ବାରିପଦା ବ୍ଲକ ଅନ୍ତର୍ଗତ ବଡ଼କୂଡ ଓ ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ବାଲିଡିହା ଠାରେ ମତ୍ସ୍ୟ ଜାଆଁଳ ପ୍ରକ୍ରିୟାକରଣ କେନ୍ଦ୍ର ଖୋଲାଯାଇଛି,ଫଳରେ ୨୫୦ ଓ ୧୫୦ ଲୋକ ରୋଜଗାରକ୍ଷମ ହୋଇପାରିଛନ୍ତି । ଜିଲ୍ଲାରେ ବନ୍ଦ ପଡିଥିବା ଶିଳ୍ପ ଯଥା ସୁତା କଳ ଓ ନିକୋ ଶିଳ୍ପ ର ପୁନରୁଦ୍ଧାର କରିବା ନେଇ ଚେଷ୍ଟା କରିବା।ସେହିଭଳି ଶିକ୍ଷା କ୍ଷେତ୍ରରେ ମୟୁରଭଞ୍ଜ ଜିଲ୍ଲାର ଉଦଳା ଠାରେ ପ୍ରତିଷ୍ଠା ହେଇଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଆସନ୍ତା ଶିକ୍ଷା ବର୍ଷ ତଥା ୨୦୨୩-୨୪ ରୁ ଅସ୍ଥାୟୀ ଗୃହରେ ଶିକ୍ଷାଦାନ ଆରମ୍ଭ କରାଯିବା,କରଞ୍ଜିଆ ଠାରେ ଏକ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ ଅନୁମୋଦନ ଅପେକ୍ଷାରେ ଥିବାବେଳେ ଜିଲ୍ଲା ରେ ଗୋଟିଏ ନବୋଦୟ ବିଦ୍ୟାଳୟ ଥିବା ବେଳେ, ଆଉ ଗୋଟେ ନବୋଦୟ ବିଦ୍ୟାଳୟ ଖୋଲାଯିବା। ଜିଲ୍ଲାରେ ଏକ ସୈନିକ ସ୍କୁଲ ପ୍ରତିଷ୍ଠା ପାଇଁ କେନ୍ଦ୍ରୀୟ ପ୍ରତିରକ୍ଷା ମନ୍ତ୍ରୀ ଙ୍କୁ ଭେଟି ଦାବି ଉପସ୍ଥାପନ କରାଯିବା ଏବଂ ଏହା ଖୋଲିବାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ସମତି ଜଣାଇବା।ମୟୁରଭଞ୍ଜ ଜିଲ୍ଲାରେ ଜନଜାତିଙ୍କର ଶିକ୍ଷାର ବିକାଶ ପାଇଁ ଏକ ଜନଜାତିବିଶ୍ବବିଦ୍ୟାଳୟ ଖୋଳାଯିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ବିଚାରାଧୀନ ଥିବା ଏହିପରି ବିଭିନ୍ନ ବିଭାଗରେ ଜିଲ୍ଲାର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ନେଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ବଖାଣୀ ଥିଲେ । ଆଗକୁ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ବିକାଶ ଏକମାତ୍ର ତାଙ୍କର ଲକ୍ଷ୍ୟ ବୋଲି ମତ ରଖିଥିଲେ।

ଏହି ରିପୋର୍ଟ କାର୍ଡ ଉନ୍ମୋଚନ ସମ୍ମିଳନୀରେ ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ୍‌, ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ସାରସକଣା ବିଧାୟକ ବୁଢାନ ମୁର୍ମୁ, ଉଦଳା ବିଧାୟକ ଭାସ୍କର ମଢେଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୀବନ ସାହୁ, ଛୋଟ୍‌ଲାଲ ମହାନ୍ତ,ସୁଗୁଦା ମୁର୍ମୁ,nପ୍ରଦୀପ ମହାନ୍ତି, ହେମନ୍ତ ସାହା, ନରୋତ୍ତମ ପାଣିଗ୍ରାହୀ,ଦେବବ୍ରତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.