xmas

ଚମକିବ ବରମୁଣ୍ଡା ବସଷ୍ଟାଣ୍ଡ, ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ

ଭୁବନେଶ୍ୱର: ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ । ରାଜଧାନୀ ଭୁବନେଶ୍ୱରକୁ ସ୍ମାର୍ଟ ସିଟି ରୂପେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛନ୍ତି ରାଜ୍ୟ ସରକାର | ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଏବଂ ଭୁବନେଶ୍ୱର ବିକାଶ ପ୍ରାଧିକରଣ (ବିଡିଏ) ଉପାଧ୍ୟକ୍ଷ ସଞ୍ଜୟ କୁମାର ସିଂ ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି।

ରାଜ୍ୟର ସବୁଠୁ ବ୍ୟସ୍ତବହୁଳ ବସ୍ ଟର୍ମିନାଲ୍ ମଧ୍ୟରୁ ଅନ୍ୟତମ ହେଉଛି ବରମୁଣ୍ଡା ବସଷ୍ଟାଣ୍ଡ | ପ୍ରତିଦିନ ଶହ ଶହ ବସ୍ ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାତାୟାତ କରୁଛନ୍ତି।ଯାତ୍ରୀମାନଙ୍କ ସୁବିଧା, ନିରାପତ୍ତା ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୫-ଟି ସଚିବଙ୍କ ପଦକ୍ଷେପ ଅନୁଯାୟୀ ଏହି ବସ୍ ଟର୍ମିନାଲର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ ଚାଲିଛି।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ବିଡିଏ ଉପାଧ୍ୟକ୍ଷ ସଞ୍ଜୟ କୁମାର ସିଂଙ୍କ ସହ ବରମୁଣ୍ଡା ବସଷ୍ଟାଣ୍ଡ ପରିଦର୍ଶନ କରି ଆଇଏସବିଟି ଏବଂ ବସ୍ ଡିପୋ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ଆସନ୍ତା ମାର୍ଚ୍ଚ ୨୦୨୩ ସୁଦ୍ଧା ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ କାର୍ଯ୍ୟ ସମାପ୍ତ କରିବାକୁ ୫-ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ଯାତ୍ରୀମାନଙ୍କ ସୁବିଧା ପାଇଁ ପାର୍କିଂ, ଏଟିଏମ୍, ଫୁଡ୍ କୋର୍ଟ, ଦୋକାନ ରେଷ୍ଟୁରାଣ୍ଟ ଆଦିର ବରମୁଣ୍ଡା ଠାରେ ଆଧୁନିକୀକରଣ କରାଯାଉଛି | ୧୮୦ କୋଟି ଟଙ୍କା ବ୍ୟୟରେ ୧୧.୪୮ ଏକର ଜମିରେ ଏହି ପ୍ରକଳ୍ପର ବିକାଶ କରାଯାଉଛି |

Leave A Reply

Your email address will not be published.