xmas

ବିଜେପିରେ ସାମିଲ ହେଲେ ତିନିଶହ ଲୋକେ

ଫୁଲବାଣୀ:୧୮/୦୯ ଫୁଲବାଣୀ ନଗର ମଣ୍ଡଳ ତରଫରୁ ଏକ କାର୍ଯ୍ୟକାରିଣୀ ବୈଠକ ଓ ମିଶ୍ରଣ ପର୍ବ ଫୁଲବାଣୀ ମାଷ୍ଟ୍ରପଡା ସ୍ଥିତ ପାରିଜାତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକର୍ମରେ ମୁଖ୍ୟ ଅତିଥି ଭାବେ ଜିଲା ବିଜେପି ସଭାପତି ଜଗନ୍ନାଥ ସାହୁ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ଐର ଖାରବେଳ ସ୍ୱାଇଁ, ଜିଲା ବିଜେପି ମହିଳା ନେତ୍ରୀ ତଥା ଫୁଲବାଣୀ ପୌରପରିଷଦ ଅଧ୍ୟକ୍ଷା ସ୍ମିତାରଣୀ ମହାନ୍ତି ଓ ବିଜେପି ନଗର ସଭାପତି ସୁଶାନ୍ତ କୁମାର ମହାନ୍ତି ଯୋଗଦେଇଥିବାବେଳେ ନଗରର ବିଜେପି କର୍ମକର୍ତା ଓ ବିଜେପି ବହୁ କର୍ମୀ ଏହି କାର୍ଯ୍ୟକର୍ମରେ ଯୋଗ ଦେଇଥିଲେ। ପ୍ରଥମେ ବିଜେପି ନଗର ସାଧାରଣ ସମ୍ପାଦକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ନଗର ସଭାପତି ସୁଶାନ୍ତ ମହାନ୍ତି ପ୍ରାରମ୍ଭିକ ଅଭିଭାଷଣରେ ବିଜେପି ମୋଦି ସରକାରଙ୍କର ବିଭିନ୍ନ ଜନାହିତ କରି ଯୋଜନାକୁ ତୃଣମୂଳ ସ୍ତରକୁଯାଇ ଏହାର ପ୍ରଚାର ପ୍ରସାର କରିବାକୁ ଆହ୍ୱାନ ଦେଇଥିଲେ। ସେହି ଭଳି ସାଂସଦ ପ୍ରାର୍ଥି ଐର ଖାରବେଳ ସ୍ୱାଇଁ ରାଜ୍ୟ ବିଜେଡି ସରକାର ଉପରେ ବର୍ଷିଥିଲେ। କେନ୍ଦ୍ରୀୟ ଯୋଜନାକୁ ବିନେପି ହାଡପ କରୁଛି। ଜନସାଧାରଣ ଲୋକଙ୍କ ପାଖରେ ଏହି ଯୋଜନା ପହଞ୍ଚି ପାରୁନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କି କୃଷକଙ୍କ ପାଇଁ ଯୋଜନା ହେଉ ବିଜେଡି ସରକାର ଏ ସବୁ ଯୋଜନା ଲୋକଙ୍କ ପାଖରେ ସଠିକ ଢଙ୍ଗରେ ପହଞ୍ଚି ପାରୁନାହିଁ। ଏହି କର୍ମଶାଳାରେ ଫୁଲବାଣି ନଗରରୁ ତିନିଶହରୁ ଉର୍ଦ୍ଧ ଲୋକ ବିଜେପି ଦଳରେ ସାମିଲ ହୋଇଥିଲେ l ।ଆଗାମୀ ସାଧାରଣ ନିର୍ବାଚନକୁ ଆଖିଆଗରେରେ ରଖି ତୃଣମୂଳ ସ୍ତରରେ ବିଜେପି ସଂଗଠନକୁ ସୃଦୁଢ କରିବାକୁ ଏବେଠାରୁ କାର୍ଯ୍ୟ ଆରମ୍ଭ କରିଥିବା କହିଛନ୍ତି ଜିଲା ସଭାପତି ଜଗନ୍ନାଥ ସାହୁ ଓ ବିଜେପି ନଗର ସଭାପତି ସୁଶାନ୍ତ ମହାନ୍ତି l

Leave A Reply

Your email address will not be published.