ଗନ୍ଧିପାଲି କ୍ରସର ଓ ପଥର କୁଆଁରୀକୁ ବିରୋଧ କରି ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ମାଲକାନଗିରି: ୨୦/୦୯/୨୨ ମାଲକାନଗିରି ବ୍ଲକ୍ ଅନ୍ତର୍ଗତ ଚାଲାଣ ଗୁଡ଼ା ପଞ୍ଚାୟତର ଗନ୍ଧିପଲି ଗ୍ରାମ ନିକଟରେ ଥିବା କ୍ରୋସର ଓ ପଥର ବଣି କୁଆଁରୀକୁ ବିରୋଧ କରି ଶତାଧିକ ଗ୍ରାମବାସୀ ମଙ୍ଗଳବାର ଦିନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁଙ୍କୁ ଭେଟି କ୍ରସର ଓ କୁଆଁରୀ ନିଲାମ ପ୍ରକ୍ରିୟା କୁ ରଦ୍ଧ କରାଯାଉ ଏବଂ କ୍ରୋସର ନିର୍ମାଣ ବ୍ଲାଷ୍ଟିଂ ଦ୍ଵାରା ଗ୍ରାମରେ ନିର୍ମାଣ କରାଯାଇଥିବା ଘର ଗୁଡ଼ିକ ଫାଟି ଯାଉଛି, କ୍ରୋସର ପଥର ଗୁଣ୍ଡରେ ବାୟୁ ପ୍ରଦ୍ୟୁଷଣ ହେଉଛି,ଏହି ପ୍ରଦ୍ୟୁଷଣ ଦ୍ଵାରା ଲୋକେ ଯକ୍ଷ୍ମା ରୋଗ ରେ ଆକ୍ରାନ୍ତ ହେଉଛନ୍ତି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ । କ୍ରୋସର ଚତୁର ପାର୍ଶ୍ୱରେ ଜମି ଗୁଡିକରେ ପଥର ଗୁଣ୍ଡ ପଡ଼ି ଚାଷ ଅନୁପ ଯୋଗୀ ହେଉଥିବାର ଗ୍ରାମବାସୀ ପ୍ରକାଶ କରିଛନ୍ତି । କ୍ରସର ଓ କୁଆଁରୀ ମାତ୍ର ମୁଖ୍ୟ ରାସ୍ତା ଓ ଗାଁ ଠାରୁ ୨୦୦ ମିଟର ଦୂରରେ ଅବସ୍ଥିତ ଯାହାକି ସରକାରୀ ନିୟମର ଖୋଲା ଉଲଂଘନ । ଅଗଷ୍ଟ ମାସରେ ନିଲାମ ପ୍ରକ୍ରିୟା ପାଇଁ ଯେଉଁ ସମ୍ମତି ପ୍ରଦାନ ପଲିସଭା କରାଯାଇଥିଲା ସେଠାରେ କ୍ରସର ନିର୍ମାଣ ପାଇଁ ଗ୍ରାମବାସୀ ବିରୋଧ କରିଥିଲେ । ଏବଂ ଗନ୍ଧି ପଲ୍ଲୀ ଗ୍ରାମବାସୀ ଏକ ଲିଖିତ ଅଭିଯୋଗ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଏହି ଅଭିଯୋଗ ପତ୍ର ପନ୍ଦର ଦିନ ବିତିଗଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ତେଣୁ ଗ୍ରାମବାସୀ ଉପଜିଲ୍ଲାପାଳଙ୍କୁ ଭେଟି ସମସ୍ତ ସମସ୍ୟା କଥା ପ୍ରକାଶ କରିଥିଲେ । ଏ ସଂପର୍କରେ ଉପଜିଲ୍ଲାପାଳଙ୍କୁ ପଚାରିବାରୁ ଏହି ଅଭିଯୋଗକୁ ଆଧାର କରି କ୍ରୋସର ମାଲିକ ଓ ଅଭିଯୋଗକାରୀଙ୍କୁ ଡକାଯାଇ ଶୁଣାଣି ଓ କାଗଜ ପତ୍ର ଯାଞ୍ଚ କରାଯାଇଥିଲା ଏବଂ ବର୍ତ୍ତମାନ ଦିନେ ଦୁଇଦିନ ମଧ୍ୟରେ ଗନ୍ଧୀ ପଲ୍ଲୀ ଗ୍ରାମ ଓ କ୍ରସର ନିର୍ମାଣ ସ୍ଥାନ କୁ କ୍ଷେତ୍ର ପରିଦର୍ଶନ କରାଯାଇ ତଦନ୍ତ କରାଯିବ ।ଏହି ତଦନ୍ତ ରିପୋର୍ଟ କୁ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯିବ ବୋଲି ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୂଣ୍ଡୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.