xmas

ଆକଟ କରିବାରୁ ଅଧ୍ୟାପକଙ୍କୁ ଗୁରୁଦକ୍ଷିଣା; କ୍ରିକେଟ୍‌ ଷ୍ଟମ୍ପରେ ମାଡ଼ମାରି ମୁଣ୍ଡ ଫଟାଇଲା

ଜଣେ କଲେଜ ପଢୁଆ ନାବାଳକ ଛାତ୍ରଙ୍କ ଉନ୍ମୋକ୍ତ କାଣ୍ଡ ଦେଖିବାକୁ ମିଳିଛି। ଆକଟ କରିବାରୁ ଅଧ୍ୟାପକଙ୍କୁ ମିଳିଛି ମୁଣ୍ଡରେ ୫ଟି ଷ୍ଟିଚର ଗୁରୁଦକ୍ଷିଣା। ଗୁରୁତର ଭାବେ ମେଡିକାଲ ଭର୍ତ୍ତି ହୋଇଛନ୍ତି କୋରାପୁଟ ସରକାରୀ ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ ବଳରାମ ଦାଶ। କୋରାପୁଟ ସରକାରୀ ମହାବିଦ୍ୟାଳୟର ଯୁକ୍ତ ୨ ବାଣିଜ୍ୟ ଛାତ୍ରଙ୍କ ମାଡରେ ଅଧ୍ୟାପକଙ୍କ ମୁଣ୍ଡ ଫାଟିଥିବାବେଳେ ମାମଲା ଯାଇ ଥାନାରେ ପହଞ୍ଚିଛି ।

ବିଶୃଙ୍ଖଳିତ ନହେବାକୁ ତାଗିଦ କରିବାରୁ ଉତକ୍ଷିପ୍ତ ହୋଇ କ୍ରିକେଟ ଷ୍ଟମ୍ପରେ ମାରି ଅଧ୍ୟାପକଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି ଜଣେ ଛାତ୍ର। ଏହାର ଭୋଗ ମଧ୍ୟ ସେ ଭୋଗିଛନ୍ତି। ଅଧ୍ୟାପକ ଜଣ କୋରାପୁଟ ଟାଉନ ଥାନାରେ ଅଭିଯୋଗ ଦେବା ତାଙ୍କୁ ଅଟକ ରଖାଯାଇଥିଲା। ଏହାପରେ ଜୟପୁର ସ୍ଥିତ ଜୁଭେନାଇଲ କୋର୍ଟରେ ହାଜାର କରାଯାଇଛି। ଆସନ୍ତାକାଲି ସିଡବ୍ଲୁସିରେ ଉପସ୍ଥାପନ କରାଯିବା ପରେ ନାବାଳକ ଜଣଙ୍କୁ ବ୍ରହ୍ମପୁରସ୍ଥିତ ସୁଧାରଗୃହକୁ ପଠାଯିବ ବୋଲି ଜଣାପଡିଛି।

Leave A Reply

Your email address will not be published.