ମାଲକାନଗିରି ପୌର ପରିଷଦରେ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ

ମାଲକାନଗିରି ତା. ୨୧.୦୯.୨୦୨୨ ମାଲକାନଗିରି ପୌର ପରିଷଦ କାର୍ଯ୍ୟାଳୟରେ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛିା ଆଜି ଟେଣ୍ଡର ନିମନ୍ତେ ଆସାୟୀ ତଥା ବିଜେପି ଓ କଂଗ୍ରେସ ଦଳର କର୍ମୀ ମାନେ ଏହାକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତିା ସୁଚନା ମୁତାବକ ଗତ ଅଗଷ୍ଟ ମାସ ୧୯ ତାରିଖ ଦିନ ଚିଠି ନଂ. ୨୩୧୩/ଡିଇଭି/୨୦୨୨ ପ୍ରକାରେ ମାଲକାନଗିରି ପୌର ପରିଷଦର ଉନ୍ନତିକରଣ ନିମନ୍ତେ ୫୧ଟି କାର୍ଯ୍ୟ ନିମନ୍ତେ ଟେଣ୍ଡର ଆହ୍ୱାନ କରାଯାଇଥିଲ।। ଏହି କାର୍ଯ୍ୟ ଗୁଡିକ ନିମନ୍ତେ ଅଗଷ୍ଟ ୨୨ ତାରିଖ ଠାରୁ ସେପ୍ଟେମ୍ବର ୭ ତାରିଖ ମଧ୍ୟରେ ଆବେଦନ କରିବା ନିମନ୍ତେ ସମୟସୀମ ଧାର୍ଯ୍ୟ କରାଯାଇଥିଲ।। ସେପ୍ଟେମର ୧୨ ତାରିଖ ଦିନ ଟେଣ୍ଡର ଖୋଲିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲ।। ତେବେ ଏହି ଟେଣ୍ଡର ନିମନ୍ତେ ଧାର୍ଯ୍ୟ ହୋଇଥିବା ସମୟ ସୀମା ମଧ୍ୟରେ ଟେଣ୍ଡର ଖୋଲା ଯାଇ ନଥିବା ବେଳେ ସେପ୍ଟେମ୍ବର ୨୦ ତାରିଖ ଦିନ ଟେଣ୍ଡରକୁ ବାତିଲ କରାଯାଇଛିା ଏହାକୁ ବିରୋଧ କରି ଟେଣ୍ଡର ପ୍ରକ୍ରିୟାରେ ଆବେଦନକରିଥିବା ୪୦୦ରୁ ଉର୍ଧ ଆସାୟୀ ତଥା ବିଜେପି ଓ କଂଗ୍ରେସର ପ୍ରତିନିଧି ମାନେ ଆଜି ପୌର ପରିଷଦ କାର୍ଯ୍ୟାଳୟ ଘେରାଉ କରିବା ସହ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତିା ଏ ସମ୍ବନ୍ଧରେ କଂଗ୍ରେସ ଓ ବିଜେପିର କର୍ମୀ ମାନେ ଅଭିଯୋଗ କରିବା ସହ ପୌର ପରିଷଦ ନର୍ୱାହୀ ଅଧିକାରୀଙ୍କ ସହ ସାକ୍ଷାତ କରିଥିଲୋ ଏ ସମ୍ବନ୍ଧରେ ପୌର ପରିଷଦ ନିର୍ୱାହୀ ଅଧିକାରୀ ଅଶୋକ ଚକ୍ରବର୍ତୀ ପ୍ରକାଶ କରିଛନ୍ତି। ଏହି ଟେଣ୍ଡର ଦାୟିତ୍ୱ ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକଙ୍କୁ ଦାୟିତ୍ୱ ଦିଆ ଯାଇଛି ବୋଲି ପ୍ରକାଶ କରିଥିଲୋ ତେବେ ଏହି ପ୍ରତିନିଧି ଦଳ ମାନେ ପିଡି ଡିଆରଡିଏଙ୍କ ସହ ସାକ୍ଷାତ କରିବା ପରେ ପୁଣି ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତିା ତେବେ ବର୍ତମାନ ଏହି ଟେଣ୍ଡର ଦୁର୍ନୀତି ଆଗାମୀ ଦିନରେ କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲ।।

Leave A Reply

Your email address will not be published.