କୋରାପୁଟ ପୁଲିସକୁ ସଫଳତା, ଅପରେସନ ବେଳେ ମାଓ ସାମଗ୍ରୀ ସହ ନଗଦ ଟଙ୍କା ଜବତ

କୋରାପୁଟ ୨୨।୦୯:: କୋରାପୁଟ ପୁଲିସକୁ ସଫଳତା। ନକ୍ସଲ ମୁକାବିଲା କ୍ଷେତ୍ରରେ ଏକ ବଡ ଧରଣର ସଫଳତା ପାଇଛି କୋରାପୁଟ ପୋଲିସ। ବିପୁଳ ପରିମାଣର ମାଓ ସାମଗ୍ରୀ ସହ ନଗଦ ଟଙ୍କା ଜବତ ହୋଇଛି । ଏନେଇ ଏସପି ବରୁଣ ଗୁଣ୍ଠୁପାଳି ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ, ଏସଓଜି ଓ ଡିଭିଏଫ ପକ୍ଷରୁ ଜିଲ୍ଲାର ସିନ୍ଧିପୁଟ ଜଙ୍ଗଲରେ ମିଳିତ ଆଣ୍ଟି ନକ୍ସଲ ଅପରେସନ ଚାଲିଥିଲା । ଏହି ସମୟରେ ସୁରକ୍ଷାକର୍ମୀଙ୍କୁ ନଗଦ ଟଙ୍କା ଓ ମାଓ ବିସ୍ଫୋରକ ସାମଗ୍ରୀ ମିଳିଛି। ତେବେ ଜବତ ହୋଇଥିବା ସାମଗ୍ରଗୀ ମଧ୍ୟରେ ନଗଦ ୭୦ ହାଜର ଟଙ୍କା, ୧୭ ମିଟର କର୍ଡେକ୍ସ ତାର, ୩୧ ଟି ଜେଲେଟିନ୍ ଷ୍ଟିକ୍, ୧୧ ଟି ଇଲେକ୍ଟ୍ରିକ୍ ଡିଟୋନେଟର, ଗୋଟାଏ ତାର ବଣ୍ଡଲ, ୨ଟି ଟିଫିନ୍ ବମ୍, ଗୋଟାଏ ପ୍ରେସର କୁକର ବମ୍ ଓ ଗୋଟାଏ ଟେଷ୍ଟିଂ ପିନ୍ ଜବତ ହୋଇଛି।

Leave A Reply

Your email address will not be published.