ପ୍ରଶାସନର ହସ୍ତକ୍ଷେପ ପରେ ବିବାଦ ତ୍ରୁଟିଲା, ଦୋକାନ ବଜାର ଖୋଲିଲା

ଫୁଲବାଣୀ, ୨୩/୦୯:  ପ୍ରଶାସନର ହସ୍ତକ୍ଷେପ ପରେ ଦାରିଙ୍ଗବାଡି ଚାରିଛକ ଠାରେ ଦୁର୍ଗାମଣ୍ଡପ ସ୍ଥାନକୁ ନେଇ ଦୀର୍ଘ ବର୍ଷ ଧରି ଲାଗିରହିଥିବା ବିବାଦର ସମାଧାନ ହୋଇଛି l ସେଠାରେ ପ୍ରଶାସନ ପକ୍ଷରୁ ଏକ ବିଶ୍ରାମଗାର ନିର୍ମାଣକୁ ନେଇ ପୂଜାକମିଟି ସଦସ୍ୟ ଓ ଅନ୍ୟ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଥିଲା l ତେବେ ଚଳିତ ବର୍ଷ ଦୁର୍ଗାପୂଜା ପାଇଁ ମଣ୍ଡପ ସ୍ଥାନ ସଫା କରାଯିବା ବେଳେ ଅନ୍ୟ ଗୋଷ୍ଠୀ ବିରୋଧ କରିବା ଫଳରେ ବିବାଦ ଉଗ୍ର ରୂପ ନେଇଥିଲା l ପ୍ରତିବାଦରେ ବଣିକ ସଙ୍ଘ ପକ୍ଷରୁ ଦୁଇଦିନ ହେଲା ଦୋକାନ ବଜାର ବନ୍ଦ ଥିଲା l ଗୁରୁବାର ବାଲିଗୁଡା ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଓ ଏସଡିପିଓ ଜି ଆର. ରାଘବେନ୍ଦ୍ର ଉପସ୍ଥିତ ରହି ଉଭୟ ଗୋଷ୍ଠୀଙ୍କୁ ଦୀର୍ଘ ସମୟ ଧରି ବିଭିନ ଦୃଷ୍ଟି କୋଣରୁ ବୁଝାସୁଝା କରିବା ପରେ ସମସ୍ୟାର ସମାଧାନ ହୋଇଥିଲା l ସେଠାରେ ସ୍ଥାନୀୟ ଲୋକଙ୍କ ସୁଵିଧା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଏକ ସୁନ୍ଦର ବିଶ୍ରାମଗାର ନିର୍ମାଣ ସହ ନିୟମିତ ପୂଜା ମଧ୍ୟ ହେବ l ଉପଜିଲ୍ଲାପାଳ ନାୟକ ସୁନ୍ଦର ଶୈଳୀରେ ଉତ୍ୟକ୍ତ ଲୋକଙ୍କୁ ଧର୍ଯ୍ୟର ସହ ଶାନ୍ତି ପୁର୍ଣ ଭାବେ ବୁଝାଇବାରୁ ସୁଫଳ ମିଳିଥିଲା ବୋଲି ଜଣାପଡିଛି l ଦୀର୍ଘ ଦିନର ବିବାଦର ସମାଧାନ ହୋଇଥିବାରୁ ଲୋକେ ଖୁସ l ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର, ବିଡ଼ିଓ ଗଦାଧର ପାତ୍ର, ଥାନାଧିକାରୀ କୌଶିକ ମାଝୀ, ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ପ୍ରମୁଖ ମଧ୍ୟ ଉପସ୍ଥିତ ରହି ସୁଚିନ୍ତିତ ମତ ଦେଇଥିଲେ l ଆଇନ ଶୃଙ୍ଖଳା ଦୃଷ୍ଟିରୁ ବ୍ୟାପକ ପୋଲିସ ମୃତୟନ ଥିଲେ l ବିବାଦ ସୁରୁଖୁରୁରେ ତ୍ରୁଟିଲା ଫଳରେ ସ୍ଥାନୀୟ ଲୋକେ ଉପଜିଲ୍ଲାପାଳ ହେବତ ବୋଲି କହୁଥିବା ଶୁଣିବାକୁ ମିଳିଥିଲା l

Leave A Reply

Your email address will not be published.