ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୫ ବର୍ଷ କାରାଦଣ୍ଡ

ଫୁଲବାଣୀ, ୨୩/୦୯: ଏକ ୩ ବର୍ଷର ନାବାଳିକା ଦୁଷ୍କର୍ମ ମାମଲାରେ ୧୨ ଜଣଙ୍କ ସାଖ୍ୟ ପ୍ରମାଣ, ପୋଲିସ ରିପୋର୍ଟକୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକସ୍କୋ କୋର୍ଟ ବିଚାରପତି ସଂଜିତ କୁମାର ବେହେରା ଅଭିଯୁକ୍ତ ପ୍ରସନ୍ନ କୁମାର ଡିଗାଲ(ବୟାଳିଶ ବର୍ଷ )ଙ୍କୁ ପଚିଶ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେବା ସହ ପଚିଶ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି l
ସୂଚନାଯୋଗ୍ୟ ଯେ, ଗତ ୨୦/୦୮/୧୯ ସନ୍ଧ୍ୟା ସମୟରେ ନାବାଳିକା ଘର ବାରଣ୍ଡାରେ ଖେଳୁଥିବା ବେଳେ ଅଭିଯୁକ୍ତ ପ୍ରସନ୍ନ ତାକୁ ଚକୋଲେଟ ଦେଇ କାଖ କରି ନିକଟସ୍ଥ ଚର୍ଚ୍ଚକୁ ନେଇ କୁଆଡେ ଦୁଷ୍କର୍ମ କରି ଥିବା ଅଭିଯୋଗ ହୋଇଥିଲା l ଝିଅକୁ ନ ପାଇ ମା ଓ ମାଉସୀ ମିଶି ଖୋଜା ଖୋଜି କରିବା ବେଳେ ଚର୍ଚ୍ଚ ବାରଣ୍ଡାରେ ଅଭିଯୁକ୍ତକୁ ଦେଖିଥିଲେ l ତେବେ ଅଭିଯୁକ୍ତ ଘଟଣାସ୍ଥଳରୁ ଦଉଡି ପଳାଇଥିଲା l ପରଦିନ ନାବାଳିକାର ମା ଜି. ଉଦୟଗିରି ଥାନାରେ ଏତେଲା ଦେଇଥିଲେ l ଜି. ଉଦୟଗିରି ପୋଲିସ ୧୦୦/୧୯ରେ ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତ ପ୍ରସନ୍ନକୁ ଗିରଫ କରିଥିଲା l ଆଜି ଏହି ମାମଲାର ବିଚାର କରି ମାନ୍ୟବର ପୋକସୋ କୋର୍ଟ ବିଚାରପତି ସଂଜିତ କୁମାର ବେହେରା ଉପରୋକ୍ତ ରାୟ ଶୁଣାଇଛନ୍ତି l ପିଡ଼ିତାଙ୍କ ପକ୍ଷରୁ ସରକାରି ଓକିଲ ଅସୀମ କୁମାର ପ୍ରହରାଜ ମକଦ୍ଦମା ପରିଚାଳନା କରିଥିଲେ l ତେବେ ଏହି ମାମଲାରେ ପୀଡିତାର ପରିବାରକୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଯୋଗାଇ ଦେବା ଲାଗି
କୋର୍ଟ ନିର୍ଦେଶ ଦେଇଛନ୍ତି l

Leave A Reply

Your email address will not be published.