ପହିରାଜୂ ପଞ୍ଚାୟତରେ ପ୍ରଶାସନର ପରିବର୍ତ୍ତନ ମେଳା

ଫୁଲବାଣୀ, ୨୩/୦୯: କନ୍ଧମାଳ ଜ଼ିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଦୁର୍ଗମ ତଥା ମାଓ ଇଲାକା ଭାବେ ପରିଚିତ ପହିରାଜୂ ଗ୍ରାମ ପଞ୍ଚାୟତରେ ପରିବର୍ତ୍ତନ ମେଳା ଅନୁଷ୍ଠିତ ହୋଇଯାଇଛି l ଯାହାର ଶୀର୍ଷକ ଥିଲା “ପରିବର୍ତ୍ତନ ର ସ୍ୱର” l ଏହି ପରିପ୍ରେକ୍ଷୀରେ ସରକାରଙ୍କ ଯୋଜନା ଉପରେ ସମସ୍ତଙ୍କର ଯେମିତି ଅଧିକାର ରହିବ ଏବଂ ସମସ୍ତେ ଯେମିତି ସରକାରଙ୍କ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ନ ହେବେ ସେ ଉପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଂଜନ ମହନ୍ତ ସମସ୍ତଙ୍କୁ ଅବଗତ କରିଥିଲେ l ଏବଂ ସରକାରଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଉପରେ ଲୋକଙ୍କର ନଜର ରହିବା ଉଚିତ l ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମରେ ନିଜକୁ ଏବଂ ନିଜ ପରିବାରକୁ ସାମିଲ କରି ପରିବର୍ତ୍ତନ କରିବା ସହିତ ସରକାରଙ୍କ ମଧୁବାବୁ ପେନସନ, ବିଧବା ଭତ୍ତା , ବିକଳାଙ୍ଗ ଭତ୍ତା , ରାସନକାର୍ଡ , ପାଇଖାନା ଘର, ଇନ୍ଦିରାଆବାସ ଘର, ମୋ କୁଡ଼ିଆ ଘର, ବିଜୁ ପକାଘର, କାଳିଆ ଯୋଜନା, ବଳରାମ ଯୋଜନା, ଭୂମି ହୀନ, ଜାଗା ମିଶନ, ଜଙ୍ଗଲ ଜମି, ସ୍ୱଛତା, ଏହିପରି ଅନେକ ପ୍ରକାର ସରକାରଙ୍କ ଉନ୍ନତି ମୂଳକ ଯୋଜନା ବିଷୟ ବସ୍ତୁ ଉପରେ ବିଷ୍ଣୁ ଚରଣ କହଁର ଓ ଉପସ୍ଥିତ ମଞ୍ଚାସିନ ଅତିଥି ମାନେ ନିଜର ଉଦବୋଧନ ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ l ଏଥିରେ ବ୍ଲକ କର୍ମଚାରୀ, ସରପଞ୍ଚ, ସମିତି ସଭ୍ୟ , ଅଙ୍ଗନୱାଡି ୱାର୍କର, ଆଶାଦିଦି, ମହିଳା ସଂୟ ସହାୟିକା ଗୋଷ୍ଠୀ ପ୍ରମୁଖ ଯୋଗ ଦେଇଥିଲେ l

Leave A Reply

Your email address will not be published.